ପ୍ରତିଶ୍ରୁତି ପୂରଣ କଲେନି ସରକାର: ଆନ୍ଦୋଳନକୁ ଓହ୍ଲାଇଲେ ୭୦ ହଜାର କର୍ମଚାରୀ

1 min read

ଭୁବନେଶ୍ବର: ସରକାରୀ -ଆଉଟସୋର୍ସିଂ କର୍ମଚାରୀଙ୍କ ଆର୍ ପାର୍ ଲଢ଼େଇ। ଆନ୍ଦୋଳନକୁ ଓହ୍ଲାଇଛନ୍ତି ୭୦ ହଜାର କର୍ମଚାରୀ। ଭୁବନେଶ୍ଵର ଗାନ୍ଧିମାର୍ଗରେ କରୁଛନ୍ତି ଗର୍ଜନ। ୯ ମାସ ଧରି ଅପେକ୍ଷା କରିବା ପରେ ମଧ୍ୟ ସରକାର କଥା ଦେଇ ପ୍ରତିଶ୍ରୁତି ରଖିଲେନାହିଁ । ଦେଲେନାହିଁ ସ୍ଥାୟୀ ନିଯୁକ୍ତି । ତେଣୁ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ଛଟେଇ ବନ୍ଦ ସହିତ ସ୍ଥାୟୀ ନିଯୁକ୍ତି ନ ମିଳିବାଯାଏ ଆନ୍ଦୋଳନରୁ ଉଠିବୁନି ବୋଲି ଚେତାବନୀ ଦେଇଛନ୍ତି। ମହାସଂଘ ପକ୍ଷରୁ କୁହାଯାଇଛି ଦୀର୍ଘ ୯ ମାସ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି । ୩୦ଟି ସ୍ମାରକପତ୍ର ଦିଆଯାଇଛି । ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରତିବିଧାନ କରିବେ କଣ । ଅଭିଯୋଗ ପତ୍ରଟି କେବଳ ଅଧିକାରୀଙ୍କୁ ବଢେଇ ଦେଇ ନିରବ ରହୁଛନ୍ତି । ସ୍ବାସ୍ଥ୍ୟ, ଅଗ୍ନି ନିର୍ବାପକ, ଜଙ୍ଗଲ , ଜଳଯୋଗାଣରେ ନିୟୋଜିତ ମାତ୍ର ୫ ପ୍ରତିଶତ କର୍ମଚାରୀଙ୍କୁ ଛାଡ଼ି ସମସ୍ତେ ଆନ୍ଦୋଳନରେ ଯୋଗଦେଇଛନ୍ତି । ପଞ୍ଚାୟତ, ବ୍ଲକ ସ୍ତରରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଯୋଗଦେଇଛନ୍ତି। ।