ରିଲିଫ୍ କ୍ୟାମ୍ପରୁ ମିଳିଲା ୯ ବର୍ଷର ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ଦିନ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଏକ ରିଲିଫ୍ କ୍ୟାମ୍ପରେ ଜଣେ ନଅ ବର୍ଷର ଝିଅର ମୃତଦେହ ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ଝିଅଟି ସନ୍ଧ୍ୟାରୁ ନିଖୋଜ ଥିଲା, ଯାହା ପରେ ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ରାତିରେ ରିଲିଫ୍ କ୍ୟାମ୍ପ ପରିସରରେ ଝିଅଟିର ମୃତଦେହ ମିଳିଥିଲା । ଯାହା ପରେ ପ୍ରଶାସନକୁ ଖବର ଦିଆଯାଇଥିଲା। ଅଧିକାରୀମାନଙ୍କ ଅନୁସାରେ, ଶରୀରରେ ଅନେକ ଆଘାତ ଚିହ୍ନ ମିଳିଛି। ପ୍ରାଥମିକ ତଦନ୍ତରେ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏକ ମାମଲା ରୁଜୁ କରିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬:୩୦ ରୁ ଝିଅଟି ନିଖୋଜ ଥିଲା। ପରିବାର ଏବଂ ଆଖପାଖର ଲୋକମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ତାଙ୍କ ମୃତଦେହ ମିଳିଥିଲା। ବର୍ତ୍ତମାନ, ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରହିଛି। କିନ୍ତୁ ଏହା ମଧ୍ୟରେ ଅନେକ ସଂଗଠନ ଏହାକୁ ଷଡ଼ଯନ୍ତ୍ର ଦ୍ୱାରା ହତ୍ୟା କରାଯାଇଥିବା କହିବର ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଝିଅଟିର ବାପାମାଆ ଏହାକୁ ସ୍ପଷ୍ଟ ଭାବରେ ହତ୍ୟା ବୋଲି କହିଛନ୍ତି। ଜୋମି ମଦର୍ସ ଆସୋସିଏସନ୍ ଏବଂ ୟଙ୍ଗ ଭାଇଫେଇ ଆସୋସିଏସନ୍ ଭଳି ସଂଗଠନ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଏବେ ରିଲିଫ୍ କ୍ୟାମ୍ପରେ ରହୁଥିବା ପିଲାମାନଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନ ଉଠିଛି।