ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ

ନନ୍ଦିଘୋଷ ବ୍ୟୁରୋ: ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୯ ଟା ଯାଏ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ଖରାବଢ଼ିଲେ ଘରକୁ ପଠାଯିବ ଶୁଖିଲା ଖାଦ୍ୟ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ତାପମାତ୍ରା ଦେଖି ସେହି ଅନୁସାରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେହିପରି ଶ୍ରମିକମାନଙ୍କ ସମ୍ପର୍କରେ ବି ଘୋଷଣା କରାଯାଇଛି । ଶ୍ରମିକମାନେ ସକାଳ ୧୧ ରୁ ୩ଟାଏ ଯାଏଁ କାମ ନ କରିବାକୁ ନିର୍ଦେଶ ଦିଆଯାଇଛି । ଯେଉଁ ମାଲିକ କାମ କରାଇବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜଳଛତ୍ର ଖୋଲିବା ସହ ଟ୍ୟୁବୱେଲ ଖନନ ହେବ। ଏ ନେଇ ୩ଶହ କୋଟି ଦିଆଯାଇଛି । ଅଘୋଷିତ ବିଜୁଳି କାଟ ହେବନି। ଘୋଷିତ ବିଜୁଳି କାଟ ବେଶି ସମୟ ହେବନାହି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।