ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ରାଜ୍ୟବାସୀ: ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଜଳୁଛି ଆଭ୍ୟନ୍ତରିଣରୁ ଉପକୂଳ ଓଡ଼ିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢ଼େ ୧୧ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି। । ସେହିପରି ଝାରସୁଗୁଡ଼ାରେ ୩୯ ଦଶମିକ ୮ ଡିଗ୍ରୀ, ସମ୍ଵଲପୁରରେ ୩୯ ଦଶମିକ ୭ ଡିଗ୍ରୀ, ହୀରାକୁଦରେ ୩୯ ଦଶମିକ ୧ ଡିଗ୍ରୀ, ଭବାନୀପାଟଣାରେ ୩୮ ଦଶମିକ ୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ, ରାଉରକେଲାରେ ୩୭ ଦଶମିକ ୮ ଡିଗ୍ରୀ, ଭୁବନେଶ୍ଵରରେ ୩୪ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୨ ଦଶମିକ ୧ ଡିଗ୍ରୀ ରେକର୍ଡ କରାଯାଇଛି । ୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ତାପମାତ୍ରା ହ୍ରାସ ସହ ୩ ଦିନ ପରେ ବିଜୁଳି ଘଡଘଡି ସହ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।