ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ: ୧୮ ହଜାର ଫୁଟ୍ ଉଚ୍ଚରେ ଖୋଲିବ ପାରାଚ୍ୟୁଟ, ସମୁଦ୍ରରେ କରିବେ ଲାଣ୍ଡିଂ

1 min read

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୯ ମାସ ମହାକାଶରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ଓ୍ବିଲିୟମ୍ସ । ତାଙ୍କ ସହ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି । ଏଲେନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀର ସ୍ପେସ କ୍ରାଫ୍ଟ ଡ୍ରାଗନରେ ଫେରୁଛନ୍ତି ସୁନୀତା । ବୁଧବାର ଭାରତୀୟ ସମୟ ଭୋର ସାଢ଼େ ତିନିଟାରେ ଲାଣ୍ଡ କରିବେ । ତେବେ ସୁନିତା ଏବଂ ତାଙ୍କ ସାଥୀଙ୍କ ଫେରିବା ଏତେ ସହଜ ନୁହେଁ । ତେବେ କେମିତି ଏମାନେ ଲାଣ୍ଡ କରିବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା ।

ସ୍ପେସ ଷ୍ଟେସନରୁ ପୃଥିବୀକୁ କେମିତି ଫେରିବେ ସୁନିତା ?

ସୁନିତାଙ୍କୁ ନେଇ ଆସୁଥିବା ସ୍ପେସ ଏକ୍ସର ଡ୍ରାଗନ ସ୍ପେସ କ୍ରାଫ୍ଟର ଅନଡକିଂ ହୋଇସାରିଛି । ଏହା ଅଟୋମେଟିକ ପ୍ରକ୍ରିୟା ଥିଲା । ଏକାଧିକ ପର୍ଯ୍ୟାୟରେ ଏହା ପୃଥିବୀକୁ ଫେରିବ । ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟ ଗୁଡ଼ିକ ସମ୍ପର୍କରେ…

୧. ସ୍ପେସ ଏକ୍ସରୁ ଡ୍ରାଗନ ସ୍ପେସ କ୍ରାପ୍ଟକୁ ଆସିବାକୁ ହେଲେ ପ୍ରଥମେ ମହାକାଶଚାରୀଙ୍କୁ ପ୍ରେଶର ସୁଟ ପିନ୍ଧିବାକୁ ପଡ଼ିଥାଏ । ହେଚ୍ ବନ୍ଦ କରାଯିବା ସହ କୌଣସି ସ୍ଥାନରେ ଯେମିତି ଲିକେଜ ନଥିବା ତାହା ଯାଞ୍ଚ କରାଯାଇ ସ୍ପଷ୍ଟ କରାଯିବ ।

୨. ଦ୍ବିତୀୟ ପର୍ଯ୍ୟାୟରେ ସ୍ପେସ ଏକ୍ସର ଡ୍ରାଗନ୍ ସ୍ପେସ କ୍ରାପ୍ଟ ଅନଡକିଂ ହେବ । ଏହି ପ୍ରକ୍ରିୟା ମଧ୍ୟ ଏକାଧିକ ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ସିକ୍ୟୁରିଟି ଯାଞ୍ଚ କରାଯିବ । ଅନଡକିଂ ପୂର୍ବରୁ ସ୍ପେସ କ୍ରାପ୍ଟରେ ଲାଇଫ ସପୋର୍ଟ ଜ୍ୟାକେଟ, ଯୋଗାଯୋଗ ଓ ଥ୍ରିଷ୍ଟର ସିଷ୍ଟମ ଓ୍ବାର୍ଣ୍ଣିଂ ଚେକ୍ ହେବ । ଦ୍ବିତୀୟ ପର୍ଯ୍ୟାୟରେ ସ୍ପେସ କ୍ରାପ୍ଟର ଲକ୍ ଖୋଲିଯିବ । ଏହାଦ୍ବାରା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ସ୍ପେସ କ୍ରାପ୍ଟ ଅଲଗା ହୋଇଯିବ । ତୃତୀୟ ପର୍ଯ୍ୟାୟରେ, ଅନଡକିଂ ସିଷ୍ଟମ ଖୋଲିବା ପରେ ଥ୍ରିଷ୍ଟର ଜରିଆରେ ସ୍ପେସ କ୍ରାପ୍ଟକୁ ଆଇଏସଏସରୁ ଅଲଗା କରାଯିବ । ସୂଚନାଯୋଗ୍ୟ, ଥ୍ରିଷ୍ଟର ସ୍ପେସ କ୍ରାପ୍ଟର ସ୍ପିଡ ଓ ଦିଗକୁ କଣ୍ଟ୍ରୋଲ କରିଥାଏ । ଚତୁର୍ଥ ପର୍ଯ୍ୟାୟରେ ଅନଡକିଂ ପରେ ସ୍ପେସ କ୍ରାପ୍ଟର ମନିଟରିଂ ହେବ । ଶେଷ ପର୍ଯ୍ୟାୟରେ ସ୍ପେସ କ୍ରାପ୍ଟ ଆଇଏସଏସରୁ ସମ୍ପୂର୍ଣ୍ଣ ଅଲଗା ହୋଇ ପୃଥିବୀ ଅଭିମୁଖେ ବାହାରି ପଡ଼ିବ ।

୩. ଏହି ପର୍ଯ୍ୟାୟରେ ସ୍ପେସ କ୍ରାପ୍ଟର ଡି-ଅରବିଟ ଓ୍ବର୍ଣ୍ଣ ପ୍ରକ୍ରିୟା ରହିଛି । ଏହା ବୁଧବାର ଭୋର ପ୍ରାୟ ୨ଟା ୪୧ରେ ହେବ । ଏଥିରେ ଇଞ୍ଜନକୁ ଫାୟାର କରାଯିବ । ଏହାଦ୍ବାରା ସ୍ପେସ କ୍ରାପ୍ଟ ପୃଥିବୀର ଆହୁରି ନିକଟତର ହେବ ।

୪. ଏହି ପର୍ଯ୍ୟାୟରେ ସ୍ପେସ କ୍ରାପ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ । କୁହାଯାଉଛି, ସ୍ପେସ କ୍ରାପ୍ଟ ଯେତେବେଳେ ବାୟୁମଣ୍ଡଳରେ ପ୍ରବେଶ କରିବ ଏହାର ଗତି ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ରହିବ ।

୫. ସ୍ପେସ କ୍ରେପ୍ଟ ପୃଥିବୀ ପୃଷ୍ଠରୁ ୧୮ ହଜାର ଫୁଟ୍ ଉପରେ ଥିବା ବେଳେ ଦୁଇଟି ଡ୍ରାଗନ ପାରାଚ୍ୟୁଟ୍ ଖୋଲିବ । ଏହାପରେ ସ୍ପେସ କ୍ରାପ୍ଟ ଯେତେବେଳେ ୬ ହଜାର ଫୁଟରେ ପହଞ୍ଚିବ, ସେତେବେଳେ ମୁଖ୍ୟ ପରାଚ୍ୟୁଟ ଖୋଲିବ

୬. ନାସା ସୂଚନା ଅନୁସାରେ, ଏହାପରେ ପ୍ଲାସ ଡାଉନ କରାଯିବ । ଏହାର ଅର୍ଥ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଣ୍ଡିଂ ସମୁଦ୍ରରେ କରାଯିବ । ସୁନୀତା ଏବଂ ତାଙ୍କ ସାଥୀ ଫ୍ଲୋରିଡା ସ୍ଥିତ ସମୁଦ୍ରରେ ଲାଣ୍ଡ କରିବେ । ଯଦି ପାଗ ଠିକ ନରହିବ ତେବେ ଲାଣ୍ଡିଂ କେଉଁଠି ବି ହୋଇପାରେ ।