ପୁଣି ଆମ ବସ୍ ଘଟାଇଲା ଦୁର୍ଘଟଣା, ଭୁବନେଶ୍ଵର ନୟାପଲ୍ଲୀ ନିକଟରେ ଅଟୋକୁ ଦେଲା ଧକ୍କା

ଭୁବନେଶ୍ୱର : ବେଲଗାମ ଆମ ବସ୍ । ପୁଣି ରାଜଧାନୀର ରାଜରାସ୍ତାରେ ଘଟାଇଲା ଦୁର୍ଘଟଣା । ଅଟୋକୁ ଧକ୍କାଦେଇ ଚାଳକଙ୍କୁ କଲା ଲହୁଲୁହାଣ । ନୟାପଲ୍ଲୀ ଦୁର୍ଗା ମଣ୍ଡପ ସାମ୍ନାରେ ଅଟୋକୁ ପିଟିଲା ଆମ ବସ୍ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସା ପାଇଁ ଭର୍ତ୍ତି କରିଛି । ଦୁର୍ଘଟଣାରେ ଅଟୋ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଆମ ବସ୍ ଡ୍ରାଇଭରଙ୍କୁ ଘେରି ଗଣ୍ଡଗୋଳ କରିଛନ୍ତି । କିଛି ସମୟ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ତେବେ ଆମ ବସ୍ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ବାରମ୍ଭାର ରାଜଧାନୀରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।