ଗଞ୍ଜାମରେ ପୁଣି ବାଳାଶ୍ରମରୁ ଅନ୍ତେବାସୀ ନିଖୋଜ

ଗଞ୍ଜାମ: ପୁଣି ବାଳାଶ୍ରମରୁ ଅନ୍ତେବାସୀ ନିଖୋଜ । ବ୍ରହ୍ମପୁର ବାଳାଶ୍ରମରୁ କିଛିଦିନ ତଳେ ୧୩ଜଣ ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ୬ଜଣଙ୍କ ପତ୍ତା ମିଳିନାହିଁ । ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ଆର୍‌ସିଏମ୍‌ ବାଳକ ଆଶ୍ରମରୁ ଜଣେ ଅନ୍ତେବାସୀ ନିଖୋଜ ହୋଇ ଯାଇଛନ୍ତି । ସମ୍ବଲପୁର ଅଞ୍ଚଳର ମହମ୍ମଦ ଆରିଫ୍‌ ଏଠାରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଆଜି ସାକାଳୁ ସେ ନିଖୋଜ ହୋଇ ଯାଇଛନ୍ତି । ଆଖପାଖରେ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳିନାହିଁ ।

Leave a Reply