କ୍ଷୀର ଗାଡ଼ି ନେଇ ଯାଉଥିଲା ବେଳେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ଭାଇରାଲ ହେଉଛି ଭିଡିଓ

କଟକ:କଟକ ଜିଲ୍ଲା ମାହାଙ୍ଗାରେ ବଢୁଛି ରାଜନୈତିକ ହିଂସାକାଣ୍ଡ । କ୍ଷୀର ଗାଡି ନେଇ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗାଡି ଅଟକାଇ ନିର୍ମମ ଭାବେ ବିଧାୟକଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ସିନ୍ଧୁପୁର ଗାଁ ନିକଟରେ ବାଇଞ୍ଚୁଆ ଗ୍ରାମର ସୁଶାନ୍ତ ଜେନା କ୍ଷୀର ଗାଡି ନେଇ ଯାଉଥିଲେ । ଏହି ସମୟରେ ମାହାଙ୍ଗା ବିଧାୟକଙ୍କ ସମର୍ଥକ ରୁକ୍ମିଣ ବେହେରା ଓ ଅନ୍ୟ ୩ଜଣ ସହଯୋଗୀ ମିଶି ତାଙ୍କୁ ଆକ୍ରମଣ କରିଥିବା ନେ଼ଇ ଅଭିଯୋଗ ହୋଇଛି । ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ପଥରରେ ତାଙ୍କ ମୁଣ୍ଡଙ୍କୁ ଛେଚି ଦେଇଥିବା ସେ ଅଭିଯୋଗ କରିଛନ୍ତି । ସଂକଟାପର୍ଣ୍ଣ ଅବସ୍ଥାରେ ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ସହିତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। …