ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ନନ୍ଦିଘୋଷ ବ୍ୟୁରୋ : ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ହୋଇଛି ଅସ୍ଥି ବିସର୍ଜନ। ପୁଅ ବାବୁଶାନ୍ ମହାନ୍ତି ବିସର୍ଜନ କର୍ମ କରିଛନ୍ତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ଗତ ଫେବୃଆରୀ ୨୭ ତାରିଖରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁକୁ ୧୩ ଦିନ ପୂରିଛି।

ସୋମବାର ଭୁବନେଶ୍ୱରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  ।