ଟ୍ରେନ୍ ହାଇଜାକ୍ ଘଟଣାରେ ବଡ଼ ଖୁଲାସା: BLA କବ୍ଜାରେ ଅଛନ୍ତି ୧୮୦ ଯବାନ ସହ ଅଛନ୍ତି ଜଣେ ବଡ଼ ଅଫିସର
1 min read
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ବଲୁଚିସ୍ତାନର ସେନା ବନ୍ଦୀ ସୈନିକଙ୍କ ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ୧୮୦ ବନ୍ଧକ ସୈନିକ ମଧ୍ୟରେ ଜଣେ ମେଜର ରାଙ୍କର ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ଅଛି । BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସର ଇକୋନୋମିକ ବର୍ଥରେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ମେଜର ଅଧିକାରୀ ତାଙ୍କ ପତ୍ନୀଙ୍କ ସହ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ । ସେନାଙ୍କ ସହ ତାଙ୍କ ମଧ୍ୟ ବନ୍ଦୀ ରଖାଯାଇଛି । ଏହି ବନ୍ଧକ ମେଜରଙ୍କ ନାଁ ହେଉଛି ଅହସାନ ଜାବିଦ ।
BLA ଯେଉଁ ଯେଉଁ ସୈନିକଙ୍କୁ ବନ୍ଦୀ କରିରଖିଛନ୍ତି ସେମାନଙ୍କ ଫୋନ ନମ୍ୱର ମଧ୍ୟ ଜାରି କରିଛି । ଏହା ସହ ପାକିସ୍ଥନୀ ସେନାକୁ ନିଜ ଦାବି ମଧ୍ୟ ରଖିଛି । ଅନ୍ୟପଟେ ଟ୍ରେନ୍ ଅପହରଣ ନେଇ ପାକିସ୍ତାନୀ ସେନାଙ୍କୁ ସବୁଆଡୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ଏବଂ ବନ୍ଦୀ ମେଜରଙ୍କ ନାଁ ସାମ୍ନାକୁ ଆସିବା ପରେ ସେନା ପଛକୁ ହଟିଯାଇଛି ।