ଚୀନ, ରୁଷ ଓ ଇରାନର ମିଳିତ ନୌସମରାଭ୍ୟାସ; ଉତକ୍ଷିପ୍ତ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

1 min read

ନନ୍ଦିଘୋଷ ବ୍ୟୁରାେ : ଚୀନ, ରୁଷ ଓ ଇରାନର ମିଳିତ ନୌସମରାଭ୍ୟାସକୁ ନେଇ ଉତକ୍ଷିପ୍ତ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଓମାନ ଉପସାଗୀୟ ଅଞ୍ଚଳର ଚାବାହାରରେ ଆୟୋଜିତ ମିଳିତ ସାମୁଦ୍ରିକ ନିରାପତ୍ତା ସମରାଭ୍ୟାସରେ ସାମିଲ ହୋଇଥିଲେ ଚୀନ ଓ ରୁଷର ବହୁ ଶକ୍ତିଶାଳୀ ଯୁଦ୍ଧଜାହାଜ । ପରସ୍ପର ମଧ୍ୟରେ ସାମରିକ ସହଯୋଗ ପ୍ରତିଷ୍ଠା ଲାଗି ଏହି ନୌସମରାଭ୍ୟାସ ଉଦ୍ଦିଷ୍ଟ ଥିଲା ।

ଉପସାଗରୀୟ ଅଞ୍ଚଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରହିଥିବାବେଳେ ଏହି ନୌସମରାଭ୍ୟାସ ଅଧିକ ଚିନ୍ତାର କାରଣ ହୋଇଛି । ତେବେ ଏହି ତିନି ରାଷ୍ଟ୍ରଠାରୁ ଆମେରିକା ଅଧିକ ଶକ୍ତିଶାଳୀ ବୋଲି ଦର୍ଶାଇଛନ୍ତି ଟ୍ରମ୍ପ । ସେ ଆମେରିକୀୟ ସାମରିକ ବାହିନୀକୁ ପୁନଃଗଠିତ କରିଛନ୍ତି । ୨୦୧୯ରୁ ଏହି ତିନି ରାଷ୍ଟ୍ର ମଧ୍ୟରେ ସାମରିକ ବୁଝାମଣା ରହିଆସିଛି ଏବଂ ସେମାନେ ମିଳିତ ସମରାଭ୍ୟାସ କରିଆସୁଛନ୍ତି । ବିଶେଷ କରି ଆମେରିକାର ପ୍ରଭାବକୁ କାଉଣ୍ଟର କରିବା ଲାଗି ଏହି ତିନି ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ରହିଛ । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କୌଣସି ସମାଧାନର ପନ୍ଥା ବାହାରି ପାରିନଥିବାବେଳେ ତିନି ଶକ୍ତିଶାଳୀ ରାଷ୍ଟ୍ରଙ୍କ ନୌସମରାଭ୍ୟାସ ବହୁ ପ୍ରଶ୍ନ ସୃଷ୍ଟି କରିଛି।