ରାଉରକେଲାରୁ ଆନ୍ତଃରାଜ୍ୟ ଡକାୟତ ରାଜେଶ ଆନ୍ଥୋନୀ ଗିରଫ ପରେ ଖୋଲୁଛି ଗୁମର
1 min read
ରାଉରକେଲା : ନାକେଦମ କଲେଣି ଲୁଟେରା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ଘଟାଉଛନ୍ତି ଅପରାଧ । ଜଣେ ଆନ୍ତଃରାଜ୍ଯ ଲୁଟେରା ଗିରଫ ପରେ ଖୋଲୁଛି ଗୁମର । ରାଉରକେଲା ସହରର ସେକ୍ଟର ୧୯ ଏସଵିଆଇ ବ୍ୟାଙ୍କ ନିକଟରୁ ଜାନୁଆରୀ ୯ ତାରିଖ ୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଜଣେ କୁଖ୍ୟାତ ଡକାୟତକୁ ଗିରଫ କରିଛି ରାଉରକେଲା ସେକ୍ଟର ୧୯ ଥାନା ପୋଲିସ । ଗିରଫ ଅଭିଯୁକ୍ତ ବିହାର କଟିହାର ରାଜେଶ ଆନ୍ଥୋନୀ । ଅଭିଯୁକ୍ତ ନିକଟରୁ ୫ ଲକ୍ଷ ଟଙ୍କା ଜଵତ କରିଛି ପୋଲିସ । ଅବସରପ୍ରାପ୍ତ ପୋଲିସ କନଷ୍ଟେବଳ ଶୁଶିଲ ମାଝୀ ତାଙ୍କ ପୁଅ-ଝିଅ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ କାର ପାଖକୁ ଯାଉଥିବା ସମୟରେ କଳା ପଲସରରେ ଆସି ଲୁଟି ନେଇଥିଲେ ଦୁଇ ଦୁର୍ବୃତ୍ତ । ଦୁଇଜଣଙ୍କ ମଧ୍ଯରୁ ଶୁଶିଲକୁ ଗିରଫ କରାଯାଇଥିବାବେଳେ ଅନ୍ଯଜଣେ ଏବେବି ଫେରାର ଅଛି ।
ଓଡିଶା ସମେତ ଝାଡଖଣ୍ଡ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଆଦି ରାଜ୍ଯରେ ଲୁଟ୍ ଘଟଣାରେ ଶୁଶିଲର ସଂପୃକ୍ତି ଥିବା ପୋଲିସ୍ ଜାଣିବାକୁ ପାଇଛି । ରାଜ୍ୟ ବାହାରର ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଏହି ଘଟଣା ପଛରେ ଥିବା ଜଣାପଡ଼ିଛି । ଗୋଟିଏ ରାଜ୍ଯରୁ ଲୁଟ କରିବା ପରେ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଉଥିଲେ । ଫଳରେ ପୋଲିସ୍ ସେମାନଙ୍କ ଟେର ପାଉ ନଥିଲା । ସେପଟେ ୫ ଲକ୍ଷ ଟଙ୍କା ଫେରି ପାଇଵା ପରେ ଅବସରପ୍ରାପ୍ତ ପୋଲିସ କନଷ୍ଟେବଳ ଶୁଶିଲ ମାଝୀ ପୋଲିସକୁ ଧନ୍ଯବାଦ ଜଣାଇଛନ୍ତି । ଲୁଟେରଙ୍କୁ ଧରିବାକୁ ରାଉରକେଲା ପୋଲିସର ସ୍ବତନ୍ତ୍ର ପୋଲିସ ଟିମ ୪ଟି ରାଜ୍ୟର ପୋଲିସ ସହ ଯୋଗାଯୋଗ କରିଛି ।