ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ମୋଟ କେତୋଟି ICC ଟାଇଟଲ ଜିତିଛି?
1 min read
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟ୍ରଫି ହାସଲ କରିଛି । ଏହି ବିଜୟ ସହ ଭାରତ ସପ୍ତମ ଥର ପାଇଁ ଆଇସିସି ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛି । ଚାମ୍ପିୟନ୍ସ ଟ୍ରଫିରେ ଏହା ହେଉଛି ଭାରତର ତୃତୀୟ ବିଜୟ । ଭାରତୀୟ ଟିମ ୨୦୦୩ ଓ ୨୦୨୩ ଦିନିକିଆ ବିଶ୍ବକପ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୯-୨୧ ଓ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ (WTC)ର ଫାଇନାଲରେ ପହଞ୍ଚିଥିଲା । ଯଦି ମୋଟ ଆଇସିସି ଟାଇଟଲ କଥା ବିଚାର କରିବା ତେବେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ଟିମର ମାନ୍ୟତା ଲାଭ କରିଛି । ଅଷ୍ଟ୍ରେଲିଆା ୬ ଥର ଦିନିକିଆା ବିଶ୍ବକପ (୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫, ୨୦୨୩), ଥରେ ଟି-୨୦ ବିଶ୍ବକପ (୨୦୨୧), ଦୁଇଥର ଚାମ୍ପିୟନ୍ସ ଟ୍ରଫି (୨୦୦୬, ୨୦୦୯), ଥରେ WTC (୨୦୨୧-୨୩) । ଏପରି ଭାବେ ଅଷ୍ଟ୍ରେଲିଆା ୧୦ଟି ଆଇସିସି ଟ୍ରଫିରେ ବିଜୟୀ ହୋଇଛି ।
ଭାରତ ୧୯୮୩ରେ ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା । ଏହାପରେ ୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୨୦୦୭ ଟି-୨୦ ବିଶ୍ବ କପ ଜିତିଥିଲା । ୨୮ ବର୍ଷ ପରେ ଶ୍ରୀଲଙ୍କାକୁ ହରାଇ ୨୦୧୧ ଦିନିକିଆ ବିଶ୍ବକପ ଚାମ୍ପିୟନ ହୋଇଥିଲା । ୨୦୧୩ରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଦକ୍ଷିଣ ଆଫ୍ରିକାକୁ ହରାଇ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ନ୍ୟୁଜିଲାଣ୍ଡକୁ ହରାଇ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଏପରି ଭାବେ ଭାରତ ମୋଟ ୭ ଥର ଆଇସିସି ଟ୍ରଫି ଜିତିଛି ।