ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ

ଭୁବନେଶ୍ବର: ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ । ଭୁବନେଶ୍ୱର ବାସଭବନରେ ପରଲୋକ ଘଟିଛି । ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ ଅନନ୍ତ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ ।

୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।

୨୮ ଅଗଷ୍ଟ ୧୯୪୦ରେ ଭୋଗରାଇ ବ୍ଲକର କୁରୁଠିଆରେ ଜନ୍ମ ଗ୍ରହଣ କରିଥିଲେ ଅନନ୍ତ ଦାସ । ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଅନନ୍ତ ଦାସଙ୍କ ମୃତ୍ୟୁରେ ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।