ଲାଗୁ ହେଲା ନୂଆା ନିୟମ: ଅନ୍ୟକୁ ସିମ୍ କି ମୋବାଇଲ ଦେଲେ ହୋଇପାରେ ୩ ବର୍ଷ ଜେଲ

ଅନେକ ସମୟରେ ଆମେ ନିଜର ସିମକୁ ଅନ୍ୟ କାହାକୁ ଦେଇ ଦେଇଥାଉ । ତେବେ ଆପଣମାନେ ଜାଣନ୍ତି କି, ଅନ୍ୟକୁ ନିଜର ସିମ କିମ୍ବା ମୋବାଇଲ ଦେବା ବହୁତ ବିପଜ୍ଜନକ ହୋଇପାରେ । ଯଦି ଆପଣଣଙ୍କ ସିମ କି ମୋବାଇଲ ଅନ୍ୟ କେହି ବ୍ୟବହାର କରୁଛନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କର ଭୁଲ ବା ଅପରାଧ ପାଇଁ ଆପଣଙ୍କୁ ସଜା ଭୋଗିବାକୁ ପଡ଼ିବ । କେନ୍ଦ୍ର ସରକାର ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯଦି ଏଭଳି ସ୍ଥିତିରେ କୌଣସି ଠକାମି, ସାଇବର ଅପରାଧ ବା ଅନ୍ୟ କୌଣସି ଖରାପ କାର୍ଯ୍ୟକଳାପ ହୁଏ, ତେବେ ସେଥିପାଇଁ ୟୁଜର ହିଁ ଦାୟୀ ରହିବେ । ଆଇନ ଅନୁସାରେ, ଦଣ୍ଡ ବିଧାନ କରାଯିବ । ଅନ୍ୟ କେହି ଆପଣଙ୍କ ସିମ ବା ମୋବାଇଲ ବ୍ୟବହାର କରୁଥିଲେ ବୋଲି ଯଦି ଆପଣ କୁହନ୍ତି, ତେବେ ତାହାକୁ ଗ୍ରହଣ କରାଯିବ ନାହିଁ ।
ଦେଶରେ ଲଗାତର ଭାବେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ଠକମାନେ ଅନ୍ୟ ନାମରେ ଚାଲିଥିବା ସିମକୁ ଉପଯୋଗ କରି ଅପରାଧ ଘଟାଉଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ସିମ ନେବାର ପ୍ରକ୍ରିୟା ବଦଳାଇବା ସହ ନିୟମକୁ ମଧ୍ୟ କଠୋର କରିଦେଇଛନ୍ତି । ଏହାପରେ ବି କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସିମ ବ୍ୟବହାର କରୁଥିବା ନେଇ ମଧ୍ୟ ଜଣାପଡ଼ିଥିଲା । କିଛି ଲୋକଙ୍କର ଫୋନ ବା ମୋବାଇଲ ଅନ୍ୟ କେହି ବ୍ୟବହାର କରୁଥିବା କହିବା ପରେ ପୋଲିସ ବା ଯାଞ୍ଚ ଏଜେନ୍ସିକୁ ଝଟକା ଲାଗିଥିଲା ।
ଏହାପରେ ସରକାର ଟେଲିକମ ଆଇନରେ ସଂଶୋଧନ କରିଥିଲେ । ଯଦି ଆପଣଙ୍କ ସିମ କେହି ବ୍ୟବହାର କରୁଛନ୍ତି, ତେବେ କୌଣସି ଅଘଟଣ ଘଟିଥିଲେ ଦାୟୀ ଆପଣ ରହିବେ । ଯଦି ଉକ୍ତ ସିମରେ କୌଣସି ଅପରାଧିକ କାଣ୍ଡ ଘଟେ, ତେବେ ସେଥିପାଇଁ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ । ଆପଣଙ୍କ ସିମ ବା ମୋବାଇଲ ଅନ୍ୟ ଦ୍ବାରା ବ୍ୟବହାର କରାଯାଇ କୌଣସି ଅପରାଧ ଘଟିଲେ, ସେଥିପାଇଁ ଆପଣଙ୍କୁ ୩ ବର୍ଷର ଜେଲଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ।