ଜଳିଗଲା ମିକ୍ସଚର ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଆଶଙ୍କା

ଭୁବନେଶ୍ବର : ଭୁବନେଶ୍ବର ସହିଦନଗର ଏସବିଆଇ ନିକଟରେ ଅଗ୍ନିକାଣ୍ଡ । ଏକ ମିକ୍ସଚର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହାସହ ପଛପଟେ ଥିବା ଫ୍ୟାକ୍ଟ୍ରିକୁ ମଧ୍ୟ ନିଆଁ ବ୍ୟାପିଥିବା ଦେଖିବାକୁ ମିଳିଛି । ମିକ୍ସଚର ପ୍ରସ୍ତୁତ ବେଳେ ତେଲ କଢେଇରୁ ନିଆଁ ଲାଗିଥିବା କୁହାଯାଉଛି । ତେଲ, ବାଦାମ ଓ ତେଲ ଜାତୀୟ ଦ୍ରବ୍ୟ ଥିବାରୁ ନିଆଁ ଲାଗିବା ସହାୟକ ହୋଇଥିଲା । ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପାଣି ଓ ଫୋମ ବ୍ୟବହାର କରି ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମବାହିନୀ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି । ମାର୍କେଟରେ ଅନେକଦୋକାନ ଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ହେବା ଆଶଙ୍କା ରହିଛି।