ଚିଲିରେ ଶକ୍ତିଶାଳୀ ଭୂମିକମ୍ପ, ଆସିବ କି ସୁନାମି ?
1 min read
ନନ୍ଦିଘୋଷ ବ୍ୟୁରୋ : ଉତ୍ତର ଚିଲିରେ ଭୂମିକମ୍ପ ଝଟକା । ଦେଶରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପରେ ମୃତାହତ କିମ୍ବା କ୍ଷୟକ୍ଷତି ରେକର୍ଡ ବିଷୟରେ କିଛି ସୂଚନା ମିଳିନି । ଏହା ସହ ଦକ୍ଷିଣ ଆମେରିକାରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିଲିକାର ସାନ ପେଡ୍ରୋ ଡି ଆଟାକାମା ଗାଁରୁ ୧୦୪ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା।
ୟୁଏସଜିଏସ ଅନୁସାରେ ସ୍ଥାନୀୟ ସମୟ ଦିନ ୧୨ଘଣ୍ଟା ୨୧ ରେ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୯୩ କିଲୋମିଟର ଗଭୀରତାରେ ଥିଲା। ଚିଲିର ଜାତୀୟ ବିପର୍ଯ୍ୟୟ ସଂସ୍ଥା ଭୂମିକମ୍ପକୁ ‘ମଧ୍ୟମ ତୀବ୍ରତା’ ବୋଲି କରିଛି । ଭୂମିକମ୍ପ ଯୋଗୁଁ ସୁନାମି ଆସିବାର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଇଛି।
ଚିଲି “ରିଙ୍ଗ୍ ଅଫ୍ ଫାୟାର” ରେ ଅବସ୍ଥିତ । ଏହା ଚିଲିରୁ ଆଲାସ୍କା ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅଞ୍ଚଳ । ଯେଉଁଠାରେ ପ୍ରଶାନ୍ତ ମହାସାଗରର ପୃଷ୍ଠ ତଳେ ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହୋଇ ଭୂମିକମ୍ପ ଏବଂ ସୁନାମି ସୃଷ୍ଟି କରେ। ଏହା ପୂର୍ବରୁ, ୨୦୧୦ ମସିହାରେ ଚିଲିରେ ସବୁଠାରୁ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ଭୟ ଏବେ ବି ଲୋକଙ୍କ ମଧ୍ୟରେ ରହିଛି। ୨୦୧୦ ମସିହାରେ, ୮.୮ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଥିଲା ।ଏହି ଭୂମିକମ୍ପ ପରେ, ଦେଶରେ ସୁନାମି ମଧ୍ୟ ଆସିଥିଲା । ଏହି ସୁନାମିରେ ୫୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ବିପର୍ଯ୍ୟୟ ପରଠାରୁ, ଚିଲି କର୍ତ୍ତୃପକ୍ଷ ଜରୁରୀକାଳୀନ ପ୍ରକ୍ରିୟାଗୁଡ଼ିକୁ ଉନ୍ନତ କରିବାକୁ ଚେଷ୍ଟା କରିଛନ୍ତି।