କେନ୍ଦ୍ରାପଡ଼ା ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିପାରିବେ ସାରଥି: ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ

କେନ୍ଦ୍ରାପଡ଼ା: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ୍ ସାରଥି । କେନ୍ଦ୍ରାପଡ଼ା ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିପାରିବେ ସାରଥି । ଏଥିପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ୨ ମାସରେ କେବଳ ଥରେ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ମିଳିଛି । ତେବେ ସର୍ତ୍ତ ଅନୁସାରେ, ସେ ବାରିମୂଳ ଆଶ୍ରମ ଯାଇପାରିବେନି କି, କେନ୍ଦ୍ରାପଡ଼ାରେ ରାତ୍ରୀଯାପନ କରିପାରିବେନି । ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ମଧ୍ୟରେ କେବଳ ତାଙ୍କ ଭାଇଙ୍କୁ ଦେଖା କରିପାରିବେ। କେବେ,କେତେବେଳେ ଓ କେମିତି ଯିବେ ସେ ନେଇ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସାରଥିଙ୍କ ସାଙ୍ଗରେ ୨ଶହରୁ ଅଧିକ ଲୋକଙ୍କ ସମାଗମ ନ କରିବା କଟକଣା ବଳବତ୍ତର ରହିଛି। କୌଣସି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନାକରିଛନ୍ତି ହାଇକୋର୍ଟ। କିନ୍ତୁ ପ୍ରଶ୍ନ ଉଠୁଛି ଯଦି ୨ଶହରୁ ଅଧିକ ଲୋକ ସମାଗମ ହେଲେ ତାହାକୁ କିଏ ଦେଖିବ । ଦୁଇଶହ ଲୋକ କି ତା ଠାରୁ ଅଧିକ ଲୋକ ଯଦି ସମାଗମ ହୁଅନ୍ତି ତେବେ ଦାୟୀ କିଏ ରହିବ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ପୁଣି ସାରଥି କେନ୍ଦ୍ରାପଡା ଫେରିଲେ ତାଙ୍କ ଅନୁଗାମୀଙ୍କଗ ଭିଡ ଲାଗିବନି ତ ? ପୁଣି ଥରେ କେନ୍ଦ୍ରାପଡ଼ା ଅଶାନ୍ତ ହେବନି ତ? ଏହାକୁ ନେଇ ସମ୍ପୂର୍ଣ ଜିଲ୍ଲା ପ୍ରଶାନଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସଜାଗ ହେବା ଦରକାର ।

୨୦୧୫ରେ ଭଣ୍ତ ସାରଥି ଜଣେ ଯୁବତୀଙ୍କ ସହ ଅନୈତିକ ସଂପର୍କ ରଖିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ଏହାପରେ ସାରଥୀଙ୍କ ବିଭିନ୍ନ କେଳେଙ୍କାରି ସାମ୍ନାକୁ ଆସିଥିଲା । ସାରଥି ଜେଲ୍ ଯିବା ସହିତ ଆଶ୍ରମକୁ ସିଲ୍ କରି ଦିଆଯାଇଥିଲା କ୍ରାଇମବ୍ରାଞ୍ଚ । ୨୦୧୯ ମସିହା ଜୁଲାଇ ୨୫ ତାରିଖରେ ହାଇକୋର୍ଟରୁ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା । ଏହି ସର୍ତ୍ତରେ ସାରଥି କୌଣସି ସ୍ଥାନରେ ପ୍ରବଚନ କିମ୍ବା ସତସଙ୍ଗ କରିବେ ନାହିଁ ବୋଲି କଟକଣା ଜାରି ହୋଇଥିଲା

ନଜର ପକାନ୍ତୁ