ମହାକୁମ୍ଭରେ ଡଙ୍ଗା ଚଳାଇ ଗୋଟିଏ ପରିବାର ରୋଜଗାର କଲା ୩୦ କୋଟି ଟଙ୍କା, ଯୋଗୀ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜରେ ଶେଷ ହୋଇଛି ମହାକୁମ୍ଭ ମେଳା । ଏହି ଭବ୍ୟ ଏବଂ ଦିବ୍ୟ ମହାକୁମ୍ଭ ପାଇଁ ସରକାର 7 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଦେଶ ଏବଂ ବିଶ୍ୱର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମହାକୁମ୍ଭରେ ପହଞ୍ଚି ପବିତ୍ର ଗଙ୍ଗାରେ ବୁଡ଼ ପକାଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୪୫ ବର୍ଷ ମଧ୍ୟରେ ମୋଟ ୬୬ କୋଟି ଲୋକ ମହାକୁମ୍ଭ ମେଳା ପରିଦର୍ଶନ କରିଥିଲେ। ଏହି ମେଳା ମାଧ୍ୟମରେ ଅନେକ ଲୋକ ପ୍ରସିଦ୍ଧ ହୋଇଥିଲେ, କିନ୍ତୁ ମହାକୁମ୍ଭ ସମୟରେ ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଥିଲେ। ତେବେ ଏହି କୁମ୍ଭମେଳାରେ ଅନେକ ଲୋକ ପ୍ରସିଦ୍ଧ ହୋଇଥିବାବେଳେ ଗୋଟିଏ ପରିବାର ଏହି ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଛି । ତେବେ କେବଳ ଡଙ୍ଗା ଚଳାଇ ଏହି ପରିବାର ୩୦ କୋଟି ଟଙ୍କା ରୋଜଗାର କରିଛି ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ, ଏକ ନାବିକ ପରିବାର ଡଙ୍ଗା ଚଲାଇ ପ୍ରତିଦିନ ହାରାହାରି 65 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ପ୍ରୟାଗରାଜରେ ମହାକୁମ୍ଭମେଳା ସମୟରେ ଡଙ୍ଗା ଚାଳକଙ୍କ ଶୋଷଣ ନେଇ ଏସପିଙ୍କ ଅଭିଯୋଗ ଉପରେ ଯୋଗୀ ଆଦିତ୍ୟନାଥ ବିଧାନସଭାରେ କହିଥିଲେ ଯେ ମୁଁ ଜଣେ ଡଙ୍ଗା ଚାଳକଙ୍କ ପରିବାରର କାହାଣୀ କହୁଛି।
ନାବିକ ପରିବାର ପାଖରେ ମୋଟ ୧୩୦ଟି ଡଙ୍ଗା ଅଛି। ମହାକୁମ୍ଭମେଳାର ୪୫ ଦିନ ମଧ୍ୟରେ ସେ ୩୦ କୋଟି ଟଙ୍କା ଲାଭ କରିଛନ୍ତି… ଅର୍ଥାତ୍ – ପ୍ରତ୍ୟେକ ଡଙ୍ଗାରୁ ସେ ୨୩ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଯଦି ଦୈନିକ ହିସାବ କରାଯାଏ, ତେବେ ନାବିକ ପରିବାର ଗୋଟିଏ ଡଙ୍ଗା ଚଲାଇ 5୦ରୁ ୫୨ ହଜାର ଟଙ୍କା ରୋଜଗାର କରୁଥିଲେ।