ପାର୍ସଲ ବୋମା ବିସ୍ଫୋରଣ ଘଟଣା:ଅଭିଯୁକ୍ତ ପୁଞ୍ଜିଲାଲର ବୟାନ ରେକର୍ଡ
1 min read
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା। ପାଟଣାଗଡ଼ SDJM କୋର୍ଟରେ ହାଜର ହେଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମାମଲାରେ ୬୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ପୁଞ୍ଜିଲାଲର କୋର୍ଟରେ ବୟାନ ରେକର୍ଡ ହୋଇଛି। ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ପୁଞ୍ଜିଲାଲର ବୟାନ ରେକର୍ଡ ଲାଗି ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛି । ୨ ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।