ଫୁଲ ତୋଳିବାକୁ ଆସିଥିବା ବେଳେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

1 min read

ଭୁବନେଶ୍ୱର: ରାଜଧାନୀରେ ମାତିଲା ଷଣ୍ଢ । ସାମନ୍ତରାପୁର ବିଜୟନଗର ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବାବେଳେ ୫ ଗୁରୁତର । ମୃତକ ହେଲେ ଭାବେନୀ ବରାଳ ।

ଆଜି ଭୋର ୫ଟାରେ ଫୁଲ ତୋଳିବାକୁ ଆସିଥିବା ବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଆକ୍ରମଣ କରିଥିବା ଷଣ୍ଢଟି ପାଗଳ ହୋଇଯାଇଥିଲା । ଗତ ତିନିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।

ମହିଳାଙ୍କ ମୃତ୍ୟୁ ପରେ ଷଣ୍ଢକୁ କାବୁ କରି BMCକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରେଡକ୍ରସ ଓ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Leave a Reply