ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି : ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର : ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି । ଦୁଇମାସ ତଳେ ସରକାର ଗୋଟିଏ ନିଷ୍ପତ୍ତି ନେଇ, କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରିଥିଲେ । ହଠାତ୍ ଦୁଇଦିନ ତଳେ ସେହି ଛୁଟିକୁ ପୁଣି ବାତିଲ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ବାଚଳାମିକୁ ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ଅରୁଣ ସାହୁ । ଗୋଟିଏ ସରକାର ଦୁଇ ଦୁଇଟି ନିଷ୍ପତ୍ତି କେମିତି ନେଉଛନ୍ତି । ଏହା କେବଳ ରାଜନୈତିକ ପକ୍ଷାଘାତ ବୋଲି କହିଛନ୍ତି ଅରୁଣ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ବିଜୁ ଜୟନ୍ତୀ ପାଳନ କରିବା ଅବସରରେ ଏହା କହିଛନ୍ତି ଅରୁଣ ସାହୁ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫ କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରି ଆସୁଥିଲେ । ହେଲେ ବିଜେପି ସରକାର ଏହାକୁ ବନ୍ଦ କରିଦେଇଛନ୍ତି ।