ଜାଗରଯାତ୍ରା ଦେଖିବାକୁ ଯାଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଏକକାଳୀନ ୫ ଜଣଙ୍କ ଘରୁ ଚୋରି

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅଧୀନସ୍ଥ ପୁଇଁଚା ଗାଁରେ ସିରିଜ ଲୁଟ୍ । ଏହି ଗ୍ରାମରେ ଜାଗରଯାତ୍ରା ସହ ଗ୍ରାମର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା । ଗ୍ରାମର ମନ୍ଦିର ପଡିଆରେ ଜାଗରଯାତ୍ରା ଚାଲିଥିବା ବେଳେ ଗାଁଲୋକ ଘରେ ତାଲା ପକାଇ ଯାତ୍ରା ଦେଖୁଥିଲେ । ରାତି ପ୍ରାୟ ସାଢେ ୧୨ ଟାରୁ ସାଢ଼େ ଗୋଟେ ମଧ୍ୟରେ ଚୋର ୫ ଜଣଙ୍କ ଘରୁ ଲୁଟ କରିଛନ୍ତି । ସୁନା, ଅଳଙ୍କାର ସହିତ ନଗଦ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ଲୁଟର ଶିକାର ବ୍ୟକ୍ତି ବୈଦେଶ୍ୱର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବୈଦେଶ୍ଵର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଚୋରଙ୍କ କୌଣସି ପତ୍ତା ମିଳିନାହିଁ ।