ମାର୍କେଟ ସ୍ଥିତି ଖରାପ ଥିଲେ ବି ପିଏଫରେ ସୁରକ୍ଷିତ ରହିବ ଆପଣଙ୍କ ଅର୍ଥ

1 min read

ବିଭିନ୍ନ ସମୟରେ ମାର୍କେଟ ସ୍ଥିତିରେ ଉପର-ତଳ ହୋଇଥାଏ । ଏପରି ସମୟରେ ଗ୍ରାହକଙ୍କ ନିବେଶ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ଆଜିକାଲିର ବଜାରରେ ବିଭିନ୍ନ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ସେଥିମଧ୍ୟରୁ ପିଏଫ ଏକ ସୁରକ୍ଷିତ ଅପ୍ସନ । ପିଏଫରେ ଆପଣଙ୍କ ନିବେଶ ସୁରକ୍ଷିତ ରହିବ । ପିଏଫ ବ୍ୟତୀତ ଅନେକ ପ୍ରକାରର ସ୍କିମ ରହିଛି, ଯେଉଁଥିରେ ନିବେଶ କଲେ ବଜାର ଖସିବା-ଉଠିବା ସହ ତାହା ପ୍ରଭାବିତ ହୋଇନଥାଏ । ଗତ ଶୁକ୍ରବାର ଦିନ ଶେୟାର ବଜାର ଏକ ରେକର୍ଡ କରିଛି । ଗତ ୫ ମାସ ଧରି ବଜାର ନିମ୍ନମୁଖୀ ହେବାରେ ଲାଗିଥିଲା । ଫେବୃଆରୀ ମାସର ଅନ୍ତିମ କାରବାର ଦିନରେ ଶେୟାର ବଜାରର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧୪,୦୦ରୁ ଅଧିକ ଅଙ୍କ ଖସିଯାଇଥିଲା । ନିଫ୍ଟୀରେ ମଧ୍ୟ ବମ୍ପର ବିକ୍ରି ଦେଖିବାକୁ ମିଳିଥିଲା ।

ଏହି କାରଣରୁ ବଡ଼ ବଡ଼ କମ୍ପାନୀମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଥିଲେ ଓ ବଡ଼ ବଡ଼ ଶେୟାର ଲାଲ ହୋଇଯାଇଥିଲା । ସାଧାରଣ ଭାବେ ଶେୟାର ବଜାରରେ ନିବେଶ କରୁଥିବା ଲୋକମାନେ ଭଲ ରିଟର୍ଣ୍ଣ ଆଶା କରିଥାନ୍ତି । ବର୍ତ୍ତମାନ ସମୟରେ ବଜାରର ଅବସ୍ଥା ଖରାପ ରହିଥିବାରୁ ଏହା ନିବେଶକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ମଧ୍ୟ କିଛି ନିବେଶ ଅପ୍ସନ ରହିଛି, ଯେଉଁଥିରେ ନିବେଶ କଲେ ବଜାର ଖସିଲେ ବି କୌଣସି ପ୍ରଭାବ ପଡ଼ିବନି । ଏହି ପରିପ୍ରେକ୍ଷୀରେ ପିଏଫରେ ନିବେଶ ମଧ୍ୟ ଏକ ବଡ଼ ଅପ୍ସନ ।

ଶୁକ୍ରବାର ଦିନ ଇପିଏଫଓ ବାବଦରେ ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ବୋର୍ଡ ଅଫ୍ ଟ୍ରଷ୍ଟିଜ ତରଫରୁ ମିଟିଂ ବସିଥିଲା । ସରକାର ପିଏଫ ସୁଧ ହାର ବଢ଼ାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ସିବିଡିଟି ସୁଧ ହାର କାଏମ ରହିଥିଲା । ଅର୍ଥାତ ପିଏଫରୁ ୮.୨୫ ସୁଧ ହାର ମିଳିବ । ଶେୟାର ବଜାରରେ ଗୋଟିଏ ପଟେ ନିବେଶକଙ୍କ ଅର୍ଥ ଡୁବିଯାଉଥିବା ବେଳେ ଅନ୍ୟପଟେ ପିଏଫ ପରି ଏକାଧିକ ନିବେଶ ସୁଯୋଗ ରହିଛି । ଏଥିରେ ଗ୍ରାହକଙ୍କୁ ଏକ ଫିକ୍ସ ସୁଧ ମିଳିବ । ବଜାର ଦୁର୍ବଳ ଥିଲେ ବି ଆପଣଙ୍କ ନିବେଶ ଉପରେ ତା’ର ପ୍ରଭାବ ପଡ଼ିବନି । ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପିଏଫ ଏକ ବରଦାନ ସଦୃଶ ହୋଇଥାଏ ।