spot_img

Latest Posts

ଉତ୍ତର ଭାରତରେ ପ୍ରକୃତିର ମହାତାଣ୍ଡବ, ତିନି ରାଜ୍ୟରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ

ନନ୍ଦିଘୋଷ ବ୍ୟୁରୋ ; ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ତିନି ରାଜ୍ଯରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ। କେଉଁଠି ହିମସ୍ଖଳନ ତ କେଉଁଠି ଭୂସ୍ଖଳନ। କେଉଁଠି ବି ପ୍ରବଳ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ। ଉତ୍ତରାଖଣ୍ଡର ବଦ୍ରିନାଥରେ ହିମସ୍ଖଳନ ଯୋଗୁ ୬୦ ଶ୍ରମିକ ପୋତିହୋଇଯାଇଥିବା ସୂଚନା ମିଳିଛି। ତେବେ ସେମାନଙ୍କ ମଧ୍ଯରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି। ମାନା ଗ୍ରାମ ଓ ମାନା ପାସ୍ ମଧ୍ଯରେ ରହିଥିବା ବିଆରଓ ନିକଟରେ ଏହି ଅଘଟଣ ଘଟିଛି। ଶ୍ରମିକମାନେ ଏକ ଘରୋଇ ଏଜେନ୍ସିରେ କାମ କରୁଥିଲେ। ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତ ଶ୍ରମିକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିମସ୍ଖଳନ ଯୋଗୁ ଗୌଚର, ସହସ୍ରଧାରା, ଡେରାଡୁନରେ ରେସ୍କ୍ଯୁ ଟିମଙ୍କୁ ପ୍ରସ୍ତୁତ ରଖାଯାଇଛି। ସେପଟେ ହିମାଚଳ ପ୍ରଦେଶ କୁଲୁରେ ଫ୍ଲାସ୍ ଫ୍ଲଡ ହୋଇଛି। ପବଳ ସ୍ରୋତରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ଅନେକ ଗାଡି ପୋତି ହୋଇଯାଇଛି। ଅଦିନିଆ ବର୍ଷାଜନିତ ତାଣ୍ଡବରେ କୁଲୁରେ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ। ତେଣେ ଜାମ୍ମୁ ଓ କାଶ୍ମୀରର କାଠୁଆରେ ବି ପ୍ରକୃତି ରଚିଛି ତାଣ୍ଡବ। ଫ୍ଲାସ ଫ୍ଲଡ ଯୋଗୁ ହୋଇଥିବା ଭୂସ୍ଖଳନରେ ୧୧ ଶ୍ରମିକ ପୋତି ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ଚେଷ୍ଟା ଜାରି ରହିଛି।

Latest Posts

Don't Miss