spot_img

Latest Posts

କେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲୁଗୁ ଚଳଚ୍ଚିତ୍ର ଅଭିନେତା ପୋସାନି କ୍ରିଷ୍ଣା ମୁରଲୀ ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ତେଲୁଗୁ ସିନେମାର ଜଣେ ଦମଦାର ଅଭିନେତା ଭାବରେ ଜଣାଶୁଣା ପୋସାନି କ୍ରିଷ୍ଣା ମୁରଲୀ । କମେଡ଼ି ସାଙ୍ଗକୁ ଖଳନାୟକ ଭୁମିକାରେ ନଜର ଆସନ୍ତି ଏହି ଅଭିନେତା । ପ୍ରସିଦ୍ଧ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏବଂ ଲେଖକ ପୋସାନି କ୍ରିଷ୍ଣା ମୁରଲୀଙ୍କ ସମସ୍ୟା ବଢ଼ିଯାଇଛି। ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ହାଇଦ୍ରାବାଦର ୟେଲାରେଡିଗୁଡ଼ାର ନ୍ୟୁ ସାଇନ୍ସ କଲୋନି ନିକଟସ୍ଥ ତାଙ୍କ ଘରୁ ୬୬ ବର୍ଷୀୟ ଅଭିନେତାଙ୍କୁ ଗିରଫ କରାଯାଇଥିଲା। ପୋସାନିଙ୍କ ବିରୁଦ୍ଧରେ ଜାମିନ ବିହୀନ ଅଭିଯୋଗ ଆସିଛି।

ତେବା କ’ଣ ଥିଲା ପୂରା ଘଟଣା ଜାଣନ୍ତୁ…

ପିଟିଆଇ ରିପୋର୍ଟ ଅନୁଯାୟୀ, କ୍ରିଷ୍ଣା ମୁରଲୀଙ୍କ ପତ୍ନୀଙ୍କୁ ଦିଆଯାଇଥିବା ଗିରଫ ନୋଟିସ ଅନୁଯାୟୀ, ତାଙ୍କୁ BNS ଧାରା ୧୯୬ , ୩୫୩ (2) ଏବଂ ୧୧୧ ସହିତ ୩ (୫) ଏବଂ BNSS ଧାରା ୪୭ (୧) ଏବଂ (୨) ଅନୁଯାୟୀ ଗିରଫ କରାଯାଇଛି। ମୁରଲୀଙ୍କ ଉପରେ ଏକ ରାଜନୈତିକ ଦଳ ଏବଂ ଏକ ସମ୍ପ୍ରଦାୟ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ ଆସିଛି। ଏହି ଅଭିଯୋଗଗୁଡ଼ିକ ମୁରଲୀଙ୍କ ବିରୁଦ୍ଧରେ ଅନେକ ଥର ଲଗାଯାଇଛି।

କ’ଣ ରହିଛି ଏହି ଅଭିଯୋଗ:

ତାଙ୍କୁ ଏକ ନୋଟିସ ପଠାଯାଇଥିଲା ଯାହା ତାଙ୍କ ସ୍ତ୍ରୀ ପାଇଥିଲେ। ଏହି ନୋଟିସରେ କୁହାଯାଇଛି ଯେ ମୁରଲୀଙ୍କ ବିରୋଧରେ ଅଭିଯୋଗ ବହୁତ ଗମ୍ଭୀର ଏବଂ ଜାମିନ ବିହୀନ, ଅର୍ଥାତ୍ ଏହି ଅଭିଯୋଗରେ ଗିରଫ ହେବା ପରେ, ମୁରଲୀଙ୍କର କୋର୍ଟରୁ ଜାମିନ ପାଇବାର ଅଧିକାର ନାହିଁ। ମୁରଲୀଙ୍କୁ ମିଳିଥିବା ନୋଟିସ ଅନୁଯାୟୀ, ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ଅଭିନେତାଙ୍କ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆସିଛି। ମୁରଲୀଙ୍କ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଅପମାନଜନକ ଶବ୍ଦ ବ୍ୟବହାର କରିବାର ଅଭିଯୋଗ ଆସିଛି।

ପୋସାନି କୃଷ୍ଣ ମୁରଲୀ YSRCP ଅର୍ଥାତ୍ ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି ଏବଂ Y.S ଜଗନମୋହନ ରେଡ୍ଡୀଙ୍କ ସକ୍ରିୟ ସମର୍ଥକ ରହିଆସିଛନ୍ତି। ପୋସାନିଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ତାଙ୍କର କମେଡି ଏବଂ ଚରିତ୍ର ଭୂମିକା ପାଇଁ ଜଣାଶୁଣା। ପୋସାନି ତେଲୁଗୁ ସିନେମାର ଏକ ବଡ଼ ନାମ। କେବଳ ଅଭିନୟ ନୁହେଁ, ପୋସାନି ଜଣେ ପ୍ରସିଦ୍ଧ ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ। ସେ ୧୫୦ ରୁ ଅଧିକ ତେଲୁଗୁ ଚଳଚ୍ଚିତ୍ରରେ ଲେଖକ ଭାବରେ କାମ କରିଛନ୍ତି ଏବଂ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Latest Posts

Don't Miss