ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ ରବୀନା, ଜାଣିବା ପରେ କିଛି ଏପରି କହିଲେ ପତ୍ନୀ ସୁନିତା…

ନନ୍ଦିଘୋଷ ବ୍ୟୁରୋ:  ଗତ କିଛି ଦିନ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ବିଷୟରେ ଗୁଜବ ଚାଲିଛି ଯେ ସେମାନେ ଛାଡପତ୍ର ନେବାକୁ ଯାଉଛନ୍ତି। ଗୋବିନ୍ଦା ହୁଏତ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିବାର ଦେଖାଯାଇଥାନ୍ତା, କିନ୍ତୁ ତାଙ୍କ ଓକିଲ କହିଛନ୍ତି ଯେ ସୁନୀତା ପ୍ରାୟ ଛଅ ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହୋଇଯାଇଛି। ହଁ, ଏହି କଥାଗୁଡ଼ିକରେ କେତେ ସତ୍ୟତା ଅଛି ତାହା କେବଳ ସେତେବେଳେ ସ୍ପଷ୍ଟ ଭାବରେ ଜଣାପଡିବ ଯେତେବେଳେ ଦମ୍ପତି ସତ୍ୟ କହିବେ। ଏହି ସମୟରେ, ଆଉ ଏକ ଖବର ସମ୍ନାକୁ ଆସିଛି ଯାଉଁଠାରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା କହିଛନ୍ତି ଯେ ଜଣେ ଅଭିନେତ୍ରୀ ଗୋବିନ୍ଦାଙ୍କୁ  ବିବାହ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାର ସମୟରେ, ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା କହିଥିଲେ ଯେ ୯୦ ଦଶକରେ ଗୋବିନ୍ଦା ବହୁତ ବ୍ୟସ୍ତ ଥିଲେ ଏବଂ ତାଙ୍କ ପରିବାରର ସଦସ୍ୟମାନେ ତାଙ୍କୁ ଭେଟି ପାରୁ ନଥିଲେ। ଗୋବିନ୍ଦ କିଛି ଘଣ୍ଟା ପାଇଁ ଘରକୁ ଆସି ଶୋଇଯାଉଥିଲେ ଏବଂ ପରିବାର ଲୋକ ଉଠିବା ପୂର୍ବରୁ ନୁଜ ସୁଟିଂ ସେଟ୍ କୁ ଫେରିଯାଉଥିଲେ। ଯେତେବେଳେ ତାଙ୍କ ଝିଅ ଟିନା ଜନ୍ମ ହୋଇଥିଲା, ସୁନିତା ତାଙ୍କ ସହିତ ବ୍ୟସ୍ତ ରହିଗଲେ ଏବଂ କିଛି ଦିନ ସେ ଗୋବିନ୍ଦାଙ୍କର ଧ୍ୟାନ ରଖିପାରିନଥିଲେ ।

ସୁନିତା ଆହୁରି କହିଲେ, ‘ମୁଁ ମୋ ପିଲାମାନଙ୍କ ସହିତ ବ୍ୟସ୍ତ ଥିଲି, ତେଣୁ ସମୟ କେତେବେଳେ ବିତିଗଲା ଜାଣିପାରିଲି ନାହିଁ। ଗୋବିନ୍ଦା ପୂର୍ବରୁ ଆଉଟଡୋର ​​ସୁଟିଂ କରୁଥିଲେ, ତେଣୁ କେତେବେଳେ ଆମେ ଆଉଟଡୋର ​​ସୁଟିଂ ପାଇଁ ମାଡ୍ରାସ ଏବଂ ହାଇଦ୍ରାବାଦ ମଧ୍ୟ ଯାଉଥିଲୁ। ପ୍ୟାକଅପ୍  ପରେ ଯେତେବେଳେ ଆମକୁ ସମୟ ମିଳୁଥିଲା, ଆମେ ସେଠାରେ ସମୟ ବିତାଉଥିଲୁ।” ସୁନିତା କହିଥିଲେ ଯେ ସେ ମନୀଷା କୋଇରାଲା ଏବଂ ରବିନା ଟଣ୍ଡନଙ୍କ ଭଳି ଅଭିନେତ୍ରୀଙ୍କ ସହ ସେଟରେ ବହୁତ ମଜା ମଧ୍ୟ ହେଉଥିଲା ।

ରବୀନା ଟଣ୍ଡନ ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ….

ସୁନୀତା କହିଥିଲେ ଯେ ରବୀନା ଟଣ୍ଡନ ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସୁନିତା କହିଥିଲେ, “ସୁଟିଂ ପରେ ଆମେ ସମସ୍ତେ ଏକାଠି ବସି ଖାଉଥିଲୁ। ଆଜି ମଧ୍ୟ ରବୀନା ମତେ ଦେଖାହେଲେ କହୁଛି, ଚିଚି ( ଗୋବିନ୍ଦାଙ୍କ ଡ଼ାକ ନାମ) ଙ୍କ ସହିତ  ଯଦି ତୁମ ପୂର୍ବରୁ ମୋର ଭେଟ ହୋଇଥାନ୍ତା , ତେବେ ମୁଁ ତାଙ୍କୁ ବିବାହ କରିଥାନ୍ତି। ମୁଁ  ମଜ୍ଜାରେ କୁହେ , ଏବେ ବି ସମୟ ଅଛି ନେଇଯାଅ… ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଫିଲ୍ମରେ ରବୀନା ଟଣ୍ଡନ ଏବଂ କରିସ୍ମା କପୁରଙ୍କ ସହ ଗୋବିନ୍ଦାଙ୍କ ଯୋଡ଼ି ପସନ୍ଦ ବହୁତ ଭଲ ଲାଗେ ।