କ୍ଷମା ଆବେଦନ ସହ ରାଷ୍ଟ୍ରପତିଙ୍କ ନିକଟକୁ ଡାଏରୀ ପଠାଇବାକୁ ଚାହୁଁଛି ବିନୟ

ନୂଆଦିଲ୍ଲୀ:  ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ନେଇ ଡେଥ୍‌ ଓ୍ୱାରେଣ୍ଟ ଜାର ହୋଇସାରିଛି । ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ । ଏହାପରେ ଫାଶୀରୁ ଫାଶରୁ ମୁଳୁଳିବା ଲାଗି ଦୋଷୀଙ୍କ ପକ୍ଷରୁ ଜାର ରହଛି ପ୍ରୟାସ । ଏମାନଙ୍କ ମଧ୍ୟରେ ଜଣେ ଦୋଷୀ ବିନୟ ତା’ର ଡାଏରୀ ଫେରାଇ ଦେବା ନେଇ ତିହାର ଜେଲ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ସେ କୋର୍ଟ ନିକଟରେ ଅପିଲ୍‌ କରିଛନ୍ତି ତାଙ୍କ ବ୍ୟକ୍ତିଗତ ଡାଏରୀକୁ କ୍ଷମା ଆବେଦନ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯାଉ ।

ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମାମଲାରେ ଅନ୍ୟ ଜଣେ ଦୋଷୀ ମୁକେଶ ସିଂହଙ୍କ ଦୟା ଯାଚିକା ୪ ଦିନ ମଧ୍ୟରେ ଖାରଜ କରିଦେଇଥିଲେ । ଇତିହାସରେ ପ୍ରଥମଥର ପାଇଁ ୪ ଦିନ ମଧ୍ୟରେ ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ସବୁଠାରୁ ଦ୍ରୁତ ନିଷ୍ପତ୍ତି ।

ଆଉ ଏବେ ମାମଲାର ଆଉ ଜଣେ ଦୋଷୀ ବିନୟ କ୍ଷମା ଆବେଦନ କରିବା ସହ ବ୍ୟକ୍ତିଗତ ଡାଏରୀ ପଠାଇବାକୁ ଚାହୁଁଛି । ଯାହାଦ୍ୱାରା ସେ ନିଷ୍ପତ୍ତିରେ ବିଳମ୍ୱ କରିବାକୁ ଚାହୁଁଥିବା କୁହାଯାଉଛି । ପୂର୍ବରୁ  କ୍ଷମା ଆବେଦନ ଯୋଗୁଁ କୋର୍ଟଙ୍କୁ ନୂଆ ଡେତ୍‌ ଓ୍ୱାରେଣ୍ଟ ଜାରି କରିବାକୁ ପଡ଼ିଥିଲା । ପୂର୍ବରୁ ୨୨ ଫେବ୍ରୁଆରୀ ଫାଶୀ ହେବାକୁ ଥିବା ବେଳେ ଫ୍ରେବ୍ରୁଆରୀ ପହିଲାରେ ଫାଶୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଭୟା ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏପି ସିଂହଙ୍କ କହିବା ହେଲା ଯେ, ସେ ଯେତେବେଳେ ଦୋଷୀ ବିନୟ ସହ ଗତ ୨୨ ତାରିଖରେ କଥା ହୋଇଥିଲେ ସେତେବେଳେ ସେ କ୍ଷମା ଆବେଦନ ସହ ତାଙ୍କ ବ୍ୟକ୍ତିଗତ ଡାଏରୀକୁ ରାଷ୍ଟ୍ରପତିଙ୍କୁ ପାଖକୁ ପଠାଇବାକୁ ଚାହୁଥିବା କହିଛନ୍ତି । ଏପି ସିଂହ କହିଛନ୍ତି ଯେ, ସେ ଜେଲ୍‌ ପ୍ରଶାସନ ସହିତ ଏ ସମ୍ପର୍କରେ କଥା ହୋଇଥିଲେ । ଏବଂ ତାଙ୍କ ଡାଏରୀ ଦେବ ପାଇଁ ଆଗ୍ରହ କରିଥିଲେ । କିନ୍ତୁ ଏ ଯାଏଁ ଜେଲ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

Leave a Reply