ନନ୍ଦିଘୋଷ ବ୍ୟୁରୋ : ଆଦିବାସୀ ନାବାଳିକାକୁ ଗଣ ଦୁର୍ଷ୍କମ । ବିବାହ ଉତ୍ସବରୁ ଫେରୁଥିବାବେଳେ ୫ଜଣ ଯୁବକ ଆଦିବାସୀ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଖୁଣ୍ଟି ଜିଲା ରାଣିଆ ପୋଲିସ ଥାନା ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ସୋମବାର ୧୮ଜଣ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର ଆଦିବାସୀ ନାବାଳିକାମାନେ ବିବାହ ଉତ୍ସବରୁ ଫେରୁଥିବାବେଳେ ବାଟରେ ସେମାନଙ୍କୁ କେତେଜଣ ନାବାଳକ ଅଟକାଇ ଗଣବଳାତ୍କାର କରିଥିଲେ। ଏପରି କି, ଏହି ଘଟଣା ବିଷୟରେ କାହାକୁ ଜଣାଇଲେ ସେମାନଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପୀଡ଼ିତା ନାବାଳିକାମାନେ ଘରକୁ ଫେରିବା ପରେ ଶନିବାର ସେମାନଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ରାଣିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଏଏସ୍ପିଙ୍କ ନେତୃତ୍ୱରେ ଏକ ଏସ୍ଆଇଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି ।

