କୋହଲିଙ୍କ ଫଟୋ ଭାଇରାଲ, ଆଜି ଖେଳିବେ ତ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ସବୁବେଳେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏବେ ଖରାପ ଫର୍ମ ଦେଇ ଗତି କରୁଥିବା କୋହଲି ଆଜିର ମ୍ୟାଚରେ ପୁଣିଥରେ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ଏକ ଫଟୋ ସାମନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ଆଇସି ପ୍ୟାକ୍ ବିରାଟଙ୍କ ଗୋଡ଼ରେ ବନ୍ଧା ଯାଇଛି । ଯେଉଁଥିରୁ ଲାଗୁଛି କି, ସେ ଆହତ ରହିଛନ୍ତି । ମ୍ୟାଚ ପୂର୍ବରୁ ଏଭଳି ଫଟୋ ଦେଖିବାକୁ ମିଳିଥିବାବେଳେ ସେ ଆଜିର ମ୍ୟାଚରେ ନଜର ଆସିବେ ତ ? ଏମିତି ଏକ ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟ ଦେଖିବାକୁ ମିଳିଛି ।
ରବିବାର ମ୍ୟାଚ ପୂର୍ବରୁ କୋହଲି ୩ ଘଣ୍ଟା ଧରି ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଗୋଡ଼ରେ ଆଇସି ପ୍ୟାକ ଲଗାଇଥିବାବେଳେ ଖେଳିନପାରନ୍ତି ବୋଲି କୁହାଯାଉଛି । ମାତ୍ର ପାକିସ୍ତନ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କୋହଲିଙ୍କ ଫର୍ମକୁ ଦେଇ ଏକ ପ୍ରତିକ୍ରିୟା ଦେଇଥିଲେ । ଯାହାକି ବେଶ ଭାଇରାଲ ମଧ୍ୟ ହୋଇଥିଲା । ସେ କହିଥିଲେ କି, କୋହଲିଙ୍କ ଫର୍ମ ନାହିଁ କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ ଆସୁ ଜଣା ପଡ଼ିବ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ବଡ଼ ପାଳି ଖେଳିବେ । ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ସୋଏବ ଅଖତର କହିଥିଲେ । ଏବେ କିନ୍ତୁ ତାଙ୍କ ଗୋଡ଼ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଥିବାବେଳେ ଅପେକ୍ଷା ଦଳରେ ସ୍ଥାନ ପାଉଛନ୍ତି କି ନାହିଁ ବିରାଟ ।