ବିବାହ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !

ଅନୁଗୁଳ: ବିବାହ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳର ଏ ଘଟଣା। ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୀର୍ଘ ୪ବର୍ଷ ହେବ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ ପ୍ରେମିକକୁ ଗିରଫ କରିଛି ପୋଲିସ।

ହେମନ୍ତ ନାଏକ ନାମକ ଯୁବକ ଦୀର୍ଘ ୪ବର୍ଷ ହେବ ବିବାହର ପ୍ରତିଶୃତି ଦେଇ ନାବାଳିକଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସିଥିଲେ। ତେବେ ଶେଷରେ ବିବାହ ଲାଗି ମନା କରି ଦେବାରୁ ଥାନାର ଦ୍ଵାରସ୍ଥ ହୋଇଥିଲେ ନାବାଳିକା। ଏନେଇ ବାଗଡିଆ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହିତ ପ୍ରେମିକ ହେମନ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ସ୍ପେଶାଲ ସ୍କ୍ଵାଡ୍ ସହ ଥାନାଧିକାରୀ ପ୍ରେମିକକୁ କାବୁ କରିଥିଲେ। ଗିରଫ ପରେ ଛେଣ୍ଡିପଦା ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ସହ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ