ସ୍ୱାମୀ, ସ୍ତ୍ରୀଙ୍କ କଳହ ରୋକିବାକୁ ଯାଇ ମାଡ଼ ଖାଇଲା ପୋଲିସ

1 min read

ଆନନ୍ଦପୁର: ସ୍ୱାମୀ – ସ୍ତ୍ରୀଙ୍କ ବିବାଦ ସମାଧାନ କରିବାକୁ ଯାଇଥିବା ପୋଲିସ୍‌ ଉପରେ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦନପୁର ଗାଁରେ ଏହି ଘଟଣା ଘଟିଛି । ଆକ୍ରମଣରେ ଘଷିପୁରା ଥାନା ମହିଳା ସବ୍‌-ଇନ୍‌ସପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି ।

ପଦନପୁରର କମଳଲୋଚନ ରାଉତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପତ୍ନୀଙ୍କ ବାପାଘର ଲୋକ ପହଞ୍ଚିବା ପରେ ଉଗ୍ରରୂପ ନେଇଥିଲା ବିବାଦ । ସମାଧାନ ପାଇଁ ପହଞ୍ଚିଥିଲା ଘଷିପୁରା ପୋଲିସ ।

ସେଠାରେ ଜଣେ ଯୁବକଙ୍କ ଆକ୍ରମଣରେ ମହିଳା ସବ୍‌-ଇନ୍‌ସ୍ପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି । ଆକ୍ରମଣକାରୀ ଯୁବକଙ୍କ ନାଁରେ ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଗିରଫ କରାଯିବ ବୋଲି ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ପଣ୍ଡା କହିଛନ୍ତି ।

Leave a Reply