ନିଜ ଇଚ୍ଛାରେ ଭିଟାମାଟି ଛାଡ଼ିବେ ୧୧୦ ପରିବାର

1 min read

କରଞ୍ଜିଆ: ଶିମିଳିପାଳ ଛାଡ଼ିବେ ୧୧୦ ପରିବାର । ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ରହୁଖିବା ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ ଖେଜୁରୀଗାଁର ୧୧୦ ପରିବାର ଆଜି ସ୍ୱେଚ୍ଛାକୃତ ଭାବେ ଭିଟାମାଟି ଛାଡ଼ିବେ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ମିଳିତ ସହଯୋଗରେ ଏହି ପରିବାର  ସ୍ଥାନାନ୍ତର ହେବେ । NTCA, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିସ୍ଥାପନ ନିୟମରେ ଆକୃଷ୍ଟ ହୋଇ ଖେଜୁରୀବାସୀ ଭିଟାମାଟି ଛାଡୁଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଠାକୁରମୁଣ୍ଡା ବ୍ଲକ ସାଲେଇବେଡ଼ାରେ ୧୨୦ଟି ଅସ୍ଥାୟୀ ଘର ତିଆରି କରାଯାଇଛି । ସ୍ଥାନାନ୍ତର ହୋଇଥିବା ବନବାସୀଙ୍କୁ ତିନିମାସ ମଧ୍ୟରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏଥି ସହ ପୈତୃକ ଜମି ପାଇଁ ଏକର ପିଛା ଏକ ଲକ୍ଷ ଟଙ୍କା ଏବଂ ବିଜୁ ପକ୍କା ଘର ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି । ଅନ୍ୟପଟେ ସ୍ଥାନାନ୍ତରଣ ବେଳେ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ଆଶଙ୍କା କରି ୧୧୭ଟି ଗାଡ଼ି ଏବଂ ପୋଲିସ ଫୋର୍ସର ବ୍ୟବସ୍ଥଆ କରାଯାଇଛି ।

Leave a Reply