ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା
1 min read
ନନ୍ଦିଘୋଷ ବ୍ୟୁରୋ: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା। ନାକ୍ ମାନ୍ଯତା ପାଇବା ପରେ କଲେଜ ପରିସରରେ ଉତ୍ସବର ପରିବେଶ। ଲଗାତାର ତୃତୀୟ ଥର ପାଇଁ ଏ-ଗ୍ରେଡ ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କିନ୍ତୁ ଏହା ହାସଲ କରିବା ପରେ ଏହାକୁ ଐତିହାସିକ ମୁହୂର୍ତ୍ତ ବୋଲି କଲେଜ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ନାକ ମାନ୍ୟତା ନିୟମ ପରିବର୍ତ୍ତନ ହୋଇଥିବା ବେଳେ ସରକାରୀ କଲେଜରେ ଏ ଗ୍ରେଡ ମାନ୍ୟତା ପାଇବା ବହୁତ କଷ୍ଟ। ଏବେ ବିଜେବି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଉଦ୍ୟମ ଚାଲିଛି। ନାକ ଏ ଗ୍ରେଡ ପାଇଁ ବହୁ ଉଦ୍ୟମ ହୋଇଥିଲା। ସମସ୍ତଙ୍କ ଉଦ୍ୟମ ଫଳରେ ହୋଇପାରିଛି ବୋଲି କୁହାଯାଇଛି। ବର୍ଷେ ଧରି ମାନ୍ୟତା ପାଇଁ ବହୁ ଉଦ୍ୟମ ହୋଇଛି। ଠିକ ଭାବେ ଏସଏସଆର ସବମିଟ ପାଇଁ ଉଦ୍ୟମ ହୋଇଛି। ନାକ ଟିମ ଆସି ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି। ଏ ଗ୍ରେଡ ପାଇବା ପାଇଁ ଏବେ ମାର୍କ ପଦ୍ଧତିରେ ପରିବର୍ତ୍ତନ ହୋଇଛି। ତେଣୁ ଏ ଗ୍ରେଡ ପାଇ ବହୁତ ଖୁସି ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ କଲେଜର ଭିତ୍ତିଭୂମି ଆହୁରି ବଢାଇବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ସେପଟେ ଛାତ୍ରଛାତ୍ରୀ ମାନେ ବାଣ ଫୁଟାଇ ନାଚି ଗାଇ ଖୁସି ମନାଇଛନ୍ତି।