ଗାଇର ଦାମ ୭ ଲକ୍ଷ, ଦେଖିବାକୁ ଲାଗିଛି ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଦେଢ ଫୁଟ ଉଚ୍ଚତାର ପୁଙ୍ଗୁନୁର ଗାଇ ମସ୍ୟ ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ପାଲଟିଛି । ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବରମୁଣ୍ଡା ପଡ଼ିଆରେ ଆୟୋଜନ ହୋଇଛି ସମାବେଶ । ୧୪ ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ସମାବେଶ ଆୟୋଜନ ହୋଇଥିବା ବେଳେ, ଏଥିରେ ଆନ୍ଧ୍ରରୁ ଆସିଛି ସ୍ଵତନ୍ତ୍ର ପ୍ରଜାତିର ପୁଙ୍ଗୁନୁର ଗାଇ । ଯାହାର ଡିମାଣ୍ଡ ରହିଛି, ଯାହାକୁ ଦେଖିବା ପାଇଁ ବେଶ୍ ଭିଡ ଜମିଛି । ଏ ଗାଈ ଟିର ବିଶେଷତଃ ହେଉଛି ତାକୁ ନିଜ ଘରେ ରଖି ଲାଳନ ପାଳନ କରାଯାଇପାରିବ. ମାତ୍ର ଦେଢ ଫୁଟ ଉଚ୍ଚତା ସ୍ଵତନ୍ତ୍ର ପ୍ରଜାତି ର ଏହି ଗାଇ ଦୁଇ ବର୍ଷ ଭିତରେ ମା ହେବା ସହିତ ଦେଢ ଲିଟର ପର୍ଯ୍ୟନ୍ତ କ୍ଷୀର ଦେବ ବୋଲି ଆୟୋଜକ କହିଛନ୍ତି. ତେବେ ଏହି ଗାଇ ଯୋଡି ଙ୍କ ମୂଲ୍ୟ ୭ ଲକ୍ଷ ଟଙ୍କା ରହିଚି ଓଡିଶା ଚାଷୀ ମାନେ ଏହାକୁ କିଣି ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।