ପୂର୍ବ କ୍ରିକେଟର ଆଜହରୁଦ୍ଦିନଙ୍କ ନାଁରେ ମାମଲା ରୁଜ୍ଜୁ, ଟ୍ରାଭେଲ ଏଜେନ୍ସି ସହ ପଇସା ଠକେଇ ଅଭିଯୋଗ

1 min read

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ଅଜହରୁଦ୍ଦିନ ସମେତ ତିନି ଲୋକଙ୍କ ବିରୋଧରେ ଏକ ଟ୍ରାଭେଲ ଏଜେନ୍ସି ଏଜେଣ୍ଟ ମୋହମ୍ମଦ ଶଦାବଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ଫ୍ରଡ୍ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଔରଙ୍ଗାବାଦରରେ ଏଫଆଇଆର ଦାଖଲ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

ଏହି ମାମଲା ‘ଦାନିଶ ଟୁର୍ ଏଣ୍ଡ ଟ୍ରାଭେଲ’ ର ମାଲିକ ମହୋମ୍ମଦ ଶଦାବଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରାଯାଇଛି । ସୂଚନା ମୁତାବକ ନଭେମ୍ବର ୯ରୁ ୧୨ ନଭେମ୍ବର ୨୦୧୯ ମଧ୍ୟରେ ଅବିକ୍କଲ ନାମକ ଜଣେ ବ୍ୟକ୍ତି ଆଜହରୁଦ୍ଦିନ ଏବଂ ନିଜ ପାଇଁ ଅନେକ ବିଦେଶ ସହର ପାଇଁ ଟିକେଟ ବୁକ କରିବା ପରେ ତାକୁ କ୍ୟାନସେଲ ମଧ୍ୟ କରିଥିଲେ ।

ଏହି ମାମଲାର ଯାଞ୍ଚ କରି ପୋଲିସ ଅଧିକାରୀ ଏଡି ନାଗରେ ସୂଚନା ଦେଇଛନ୍ତି ଯେ ପ୍ରଥମ ସୂଚନା ଆଧାରରେ ମୁଜିବ ଖାନ,  ଯିଏ କି ଔରଙ୍ଗାବାଦର ବାସିନ୍ଦା, ସୁଧୀର ଅବିକ୍କଲ (କେରଳ) ଏବଂ ମୋହମ୍ମଦ ଅଜହରୁଦ୍ଦିନ ( ହାଇଦ୍ରାବାଦ) ନାଁରେ ମାମଲା ରୁଜ୍ଜୁ କରାଯାଇଛି । ବର୍ତ୍ତମାନ ଯାଏଁ କାହାକୁ ଗିରଫ କରାଯାଇନାହିଁ ।

ଅବିକ୍କଲଙ୍କପକ୍ଷରୁ ଅଜହରୁଦ୍ଦିନଙ୍କ ବ୍ୟକ୍ତିଗତ ସଚିବ ମୁଜୀବ ଖାନ ଟିକେଟର ପଇସା ପରେ ଦେଇଦିଆଯିବ ବୋଲି ଶାଦାବଙ୍କୁ କହିଥିଲେ । କିନ୍ତୁ ଏହା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ପଇସା ମିଳିନାହିଁ ବୋଲି ଅଭିଯୋଗ ହୋଇଛି  ।

Leave a Reply