୮ଦିନ ପରେ ଫାଶୀ, ଏବେ ଜେଲରେ କ’ଣ କରୁଛନ୍ତି ନିର୍ଭୟାଙ୍କ ଦୋଷୀ ?

ନୂଆଦିଲ୍ଲୀ: ଆଉ ଆଠ ଦିନ ପରେ ନିର୍ଭୟା କାଣ୍ଡର ଦୋଷୀଙ୍କୁ ମିଳିବ ଫାଶୀ । ପୂର୍ବରୁ ଜାନୁଆରୀ ୨୨ରେ ଫାଶୀ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମୁକେଶର ରାଜକ୍ଷମା ଆବେଦନ ପାଇଁ ଫାଶୀ ତାରିଖ ଘୁଞ୍ଚି ଯାଇଛି । ଦୋଷୀଙ୍କୁ ଫେବ୍ରୁଆରୀ ୧ରେ ଫାଶୀ ହେବ ବୋଲି ପଟିଆଲା ହାଉସ କୋର୍ଟ ରାୟ ଦେଇଛନ୍ତି । ଫାଶୀ ପୂର୍ବରୁ ଦୋଷୀଙ୍କୁ କଡା ସୁରକ୍ଷା ବଳୟରେ ରଖାଯାଉଛି ।

ଏବଂ ତିହାଡ ଜେଲରେ ଫାଶୀ ପୂର୍ବ ପ୍ରକ୍ରିୟା ଗୁଡ଼ିକ ଆରମ୍ଭ ହୋଇଯାଇଛି । ସୂଚନା ଅନୁସାରେ ଦୋଷୀଙ୍କ ଠାରୁ ସେମାନଙ୍କ ଶେଷ ଇଚ୍ଛା ମଧ୍ୟ ପଚାରି ବୁଝାଯାଇଛି ।

ଜେଲରୁ ମିଳିଥିବା ସୂଚନା ଅନୁସାରେ, ତିହାଡର ପ୍ରଶାସନ ଦୋଷୀଙ୍କୁ ନୋଟିସ୍ ଦେଇ ତାଙ୍କର ଶେଷ ଇଚ୍ଛା ପଚାରିଛନ୍ତି । ଫାଶୀ ପୂର୍ବରୁ ସେମାନେ କାହାକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଯ଼ଦି ସେମାନଙ୍କର ସମ୍ପତ୍ତି ଅଛି ତାହେଲେ କାହା ନାଁରେ ତାକୁ କରିବାକୁ ଚାହୁଁଛନ୍ତି । କୈାଣସି ଧାର୍ମିକ ପୁସ୍ତକ ପଢିବାକୁ ଚାହୁଁଛନ୍ତି କି । ଯଦି ଦୋଷୀ ମାନେ ଚାହିଁବେ ଏ ସବୁ ଇଚ୍ଛା ପୂରଣ କରିବା ପାଇଁ ଜେଲ କଦ୍ଭୁପକ୍ଷ ବ୍ୟବସ୍ଥା କରିବେ । କିନ୍ତୁ ଏହାର ଉତ୍ତର ଦୋଷୀମାନେ କ’ଣ ରଖିଛନ୍ତି ତାହା ଜଣା ନାହିଁ ।

ଫାଶୀ ପୂର୍ବରୁ ଦୋଷୀଙ୍କର ଅବସ୍ଥା ଏବେ କେମିତି ଅଛି ?

ଜେଲରୁ ଖବର ମିଳିଛି ଯେ, ଫାଶୀ ପୂର୍ବରୁ ୪ଜଣ ଦୋଷୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି,ଏବଂ ଫାଶୀ ଡରରେ ୪ ଦୋଷୀଙ୍କ ଭିତରୁ ଜଣେ  ବିନୟ ଖାଇବା ଛାଡ଼ିଦେଇଥିଲା । ତାକୁ ବାରମ୍ବାର ଖାଇବାକୁ କୁହାଗଲାରୁ ସେ ୨ଦିନ ପରେ ଅଳ୍ପ କିଛି ଖାଇଛି ।

ତେବେ ଏହି ମଧ୍ୟରେ ଏହା ମଧ୍ୟ ଖବର ମିଳିଛି କି, ଫାଶୀର ତାରିକ ପାଖଉଥିଲେ ମଧ୍ୟ ମୁକେଶ ଏବଂ ଅକ୍ଷୟକୁ କୌଣସି ବି ଫରକ ପଡ଼ୁନାହିଁ ।

ଏହା ଏଥିପାଇଁ କୁହାଯାଉଛି ସେମାନଙ୍କୁ ନା ଖାଇବା ଛାଡ଼ିବାର ନା କି କୌଣସି କାମ କରିବାର ଦେଖାଯାଇଛି ।

ତେବେ ଆମେ ଆପଣଙ୍କୁ କହି ରଖୁଛି କି ଏହି ଚାରିଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ଫାଶୀରୁ ବଞ୍ଚିବାର ସବୁ ପ୍ରକାର ପ୍ରୟାସ କରିସାରିଛି ଏବଂ ତାର ଦୟା ଜାଚିକା ମଧ୍ୟ ଖାରଜ କରାଯାଇଛି । ସେପଟେ ବିନୟ ପାଖରେ ଦୟା ଜାଚିକା ରାସ୍ତା ବଞ୍ଚିଛି ।

କିନ୍ତୁ ଅକ୍ଷୟ ଏବଂ ପବନ ଏବେ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ ମଧ୍ୟ ଦାଖଲ କରିନାହାଁନ୍ତି ।

Leave a Reply