ଅନ୍ତେବାସୀଙ୍କୁ ଧାଡ଼ିରେ ଠିଆ କରି ପସନ୍ଦ କରିବାକୁ କହୁଥିଲେ ଅନୁଷ୍ଠାନର ପରିଚାଳକ !
ବରଗଡ଼: ବରଗଡ଼ର ସହରରେ ଥିବା ମାତୃଛାୟା ଅନୁଷ୍ଠାନର ପରିଚାଳକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ମାତୃଛାୟାର ଅନ୍ତେବାସୀ । ଅନୁଷ୍ଠାନର ପରିଚାଳକ ବିଭୁଦତ୍ତ ତ୍ରିପାଠୀଙ୍କୁ ଗିରଫ ପାଇଁ ଦାବି କରାଯାଇଛି । ଅନୁଷ୍ଠାନରେ ଦୀର୍ଘ ଦିନ ଧରି ଦେହ ବ୍ୟାପାର ଚାଲୁଥିବା ନେଇ ଅଭିଯୋଗ ହୋଇଛି । ରାତିରେ ଏଠାକୁ ଆସୁଥିବା ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରାଯାଉଥିଲା, ଏବଂ ଅନ୍ତେବାସୀଙ୍କୁ ଧାଡ଼ିରେ ଠିଆ କରାଇ ନେଇ ମଧ୍ୟ ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ ତୁମେ ବିବାହ କର ଖୁସିରେ ରହିବ କହି ବୟଷ୍କ ଲୋକଙ୍କ ସହ ଝିଅମାନଙ୍କୁ ବିବାହ କରେଇ ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । କିଛି ଦିନ ତଳେ ସେଠାରୁ ୪ରୁ ୫ ଜଣ ମହିଳା ଲୁଚି ପଳାଇଆସିଥିଲେ । ସେମାନେ ପୋଲିସ ନିକଟକୁ ଆସି ଅନୁଷ୍ଠାନର କଳାକାରନାମା ବିଷୟରେ ବଖାଣିଛନ୍ତି ।