ବାଲେଶ୍ୱର ଜିଲ୍ଲା ପୋଲିସ ହାଇସ୍କୁଲ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବାଲେଶ୍ୱର: ୬ଦଫା ଦାବି ନେଇ ବାଲେଶ୍ୱର ଜିଲ୍ଲା ପୋଲିସ ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣାରେ ବସିଛନ୍ତି ।

ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବାରୁ ପ୍ରତିବାଦରେ ଧାରଣାରେ ବସିଛନ୍ତି । ସ୍କୁଲ ଗେଟ୍‌ରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ସଫେଇ କାମରେ ଲଗାଇବା ସହ ଠିକ୍‌ ଭାବେ ପାଠ ପଢା ଯାଉନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଜଣାଇବା ପରେ ବି କୈାଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ଯାଏଁ ଧାରଣା ଚାଲିବ ବୋଲି ଅଭିଭାବକ କହିଛନ୍ତି ।

Leave a Reply