ରେଲଓ୍ବେରେ ୩୨ ହଜାର ପଦବୀ ଖାଲି: ଫେବୃଆରୀ ୨୨ରେ ସମାପ୍ତ ହେବ ଆବେଦନ ପ୍ରକ୍ରିୟା

1 min read

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଭାରତୀୟ ରେଳ ବିଭାଗ ତରଫରୁ ୩୨ ହଜାର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଡି ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀମାନେ ଉଚ୍ଚ ବେତନରେ ନିଯୁକ୍ତି ପାଇବେ । ଜାନୁଆରୀ ୨୩ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଫେବୃଆରୀ ୨୨ରେ ତାହା ସମାପ୍ତ ହେବ । ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସଟି/ ଏସଟି/ ଓବିଟି/ ପିଏଚ/ ଏକ୍ସ-ସର୍ଭିସମେନ ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ ୫୦୦ ଟଙ୍କା ରହିଥିବା ବେଳେ ଏସସି/ଏସଟି/ ଏକ୍ସ-ସର୍ଭିସମ୍ୟାନ/ PWD/ ଟ୍ରାନ୍ସଜେଣ୍ଡର/ ସଂଖ୍ୟାଲଘୁ/ ଇବିସି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି । ପେମେଣ୍ଟ ଇଣ୍ଟରନେଟ ବ୍ୟାଙ୍କିଂ/ ଡେବିଟ/ କ୍ରେଡିଟ କାର୍ଡ / ୟୁପିଆଇ/ ଚାଲାଣ ଜରିଆରେ ଗ୍ରହଣ କରାଯିବ । ସିବିଟି ଦେବା ପରେ ପ୍ରାର୍ଥୀଙ୍କୁ ୫୦୦ରୁ ୪୦୦ ଟଙ୍କା ରିଫଣ୍ଡ କରାଯିବ । ସଂରକ୍ଷିତ ପ୍ରାର୍ଥୀଙ୍କୁ ମଧ୍ୟ ୨୫୦ ଟଙ୍କା ରିଫଣ୍ଡ କରାଯିବ । ସିବିଟି, ଶାରୀରିକ ଦକ୍ଷତା ଟେଷ୍ଟ ଓ ଡକୁମେଣ୍ଟ ଯାଞ୍ଚ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ୯୦ ମିନିଟ ସମୟ ମଧ୍ୟରେ ପ୍ରାର୍ଥୀମାନେ ୧୦୦ ମାର୍କର ପରୀକ୍ଷା ଦେବେ । ଜେନେରାଲ ସାଇନ୍ସ, ମାଥମେଟିକ୍ସ, ଜେନେରାଲ ଇଣ୍ଟେଲିଜେନ୍ସ, ଜେନେରାଲ ଆଓ୍ବାରନେସ ଓ କରେଣ୍ଟ ଆଫେୟାର୍ସ ଆଦି ବିଭାଗରୁ ପ୍ରଶ୍ନ ଆସିବ । ଓଡ଼ିଶା ସମେତ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://indianrailways.gov.in/railwayboard/view_section.jsp?lang=0&id=0,7,1281

ନୋଟିଫିକେସନ ଲିଙ୍କ: https://rrbbbs.gov.in/documentexplorer.php?prmt=TVRNek5RPT0=