୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ
![](https://nandighoshatv.com/wp-content/uploads/2025/02/vlcsnap-2025-02-11-12h32m05s802.png)
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା ଓ ବାଇକ୍ ଜବତ କରିଛି ପୋଲିସ । ଗଲା କିଛି ଦିନ ହେଲା ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ବାଇକରେ ଫେରାର୍ ମାରୁଥିଲେ ଲୁଟେରା । ଗତ ବର୍ଷ ନଭେମ୍ବର ୮ ତାରିଖରେ ଏଫସିଆଇରୁ ଫେରୁଥିବା ବେଳେ ଏକଘରିଆ ନିକଟରେ ଲିପସା ଦାସ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଦୁର୍ବୃତ୍ତ ବାଇକରେ ଫେରାର ହୋଇ ଯାଇଥିଲେ । ଜାନୁଆରୀ ୫ ତାରିଖରେ ସରିତା ବିଶ୍ଵାଳଙ୍କ ଠାରୁ ଓ ଅନୁଗୁଳ ହାଟ ନିକଟରୁ, ଜାନୁଆରୀ ୨୫ ତାରିଖରେ ଅନୁଗୁଳ ପିଟିସି ଅଫିସର କଲୋନୀ ସାମ୍ନା ରାସ୍ତାରେ ବନିତା ବେହେରାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୃତ୍ତ । ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ଵରେ ଏକ ଟିମ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆସ୍କା ଅଞ୍ଚଳର ଗଣେଶ ଦାସ ଓ ଏ ଅର୍ଜୁନକୁ ଧରିବାରେ ସଫଳ ହୋଇଥିଲା । ଉଭୟ ଛିନତାଇ କରିଥିବା ଓ ଆସ୍କାର ଏ ତାରିଣୀ ଆଚାରୀ ନାମକ ବ୍ୟକ୍ତିକୁ ବିକ୍ରି କରୁଥିବା ସ୍ଵୀକାର କରିଥିଲେ । ପୋଲିସ ତାରିଣୀଙ୍କ ଦୋକାନରେ ଚଢ଼ାଉ କରି ନଗଦ ୮ହଜାର ୨୦୦ ଟଙ୍କା, ତରଳାଯାଇଥିବା ପ୍ରାୟ ୧୧ ଗ୍ରାମ ସୁନା, ସୁନା ଚେନ, ୨ ଲକେଟ, ମଙ୍ଗଳସୁତ୍ର, ଏକ ଯୋଡି ଝରା, ତିନୋଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଓ ସୁନା ତରଳାଇବା ମେସିନ ଜବତ କରିଛି । ଗିରଫ ପରେ ତିନି ଜଣଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବା ଏସଡିପିଓ ରାମାକାନ୍ତ ମାହାଳିକ କହିଛନ୍ତି ।