୨୮ ମିନଟ ପରେ ବାରବାଟୀକୁ ଆସିଲା ଆଲୁଅ
1 min read![](https://nandighoshatv.com/wp-content/uploads/2025/02/୨୮-ମିନଟ-ଅନ୍ଧାରରେ-ଥିଲା-ବାରବାଟୀ-1024x576.jpg)
କଟକ : ବାରବାଟୀରେ ଘୋର ଲଜ୍ଜା। ମ୍ୟାଚ୍ ଚାଲିଥିବା ବେଳେ ବିରାଟ ବିଭ୍ରାଟ । ଅନ୍ଧାର ହୋଇଗଲା ପୁରା ଷ୍ଟାଡିୟମ। ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକି ଯାଇଥିଲା ମ୍ୟାଚ୍ । ଦୀର୍ଘ ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଲାଇଟ୍ । ଆଲୁଅ ଆସିବା ପରେ ଜାରି ରହିଛି ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ୨୮ ମିନଟ୍ ଧରି ଅଟକି ରହିଥିଲା ମ୍ୟାଚ୍ । ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସମୟରେ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ୩୦୫ ରନର ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ । ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ୨୮ ମିନଟ୍ ପରେ ଲାଇଟ୍ ଆସିଥିଲା। ତା ପରେ ଖେଳ ସ୍ଵାଭାବିକ ହୋଇଛି।
ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ଜାରି ରଖିଛନ୍ତି ଭାରତୀୟ ଖେଳାଳି ।