ବାରବାଟୀ ମହାମୁକାବିଲା, ଭାରତ ଆଗରେ ୩୦୫ ରନର ଟାର୍ଗେଟ୍
![](https://nandighoshatv.com/wp-content/uploads/2025/02/305-1024x576.jpg)
ନନ୍ଦିଘୋଷ ବ୍ୟୁରୋ : ବାରବାଟୀ ମହାମୁକାବିଲାରେ ଇଂଲଣ୍ଡର ଦମଦାର ପ୍ରଦର୍ଶନ। ଭାରତ ଆଗରେ ୩୦୫ ରନର ଟାର୍ଗେଟ୍। ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ। ଦ୍ବିତୀୟ ଦିନିକିଆରେ ଘରୋଇ ଦଳର ବିଶାଳ ସ୍କୋର। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି । ଷ୍ଟାର୍ ପ୍ଲେୟରଙ୍କ ହାଇ ସଟ୍ ଦେଖିଛନ୍ତି ବାରବାଟୀର ଦର୍ଶକ। ଆରମ୍ଭରୁ ଇଂଲଣ୍ଡର ଓପନିଂ ଜୋଡି ଫିଲ୍ ସଲ୍ଟ ଓ ବେନ୍ ଡକେଟ୍ ୧୦ ଓଭରରେ ୮୦ ରନର ପାରି ଖେଳିଥିଲେ। ଉଭୟଙ୍କର ଦମଦାର୍ ୮୧ ରନର ପାଟନରସିପ୍ ଇଂଲଣ୍ଡର ମୂଳଦୁଆକୁ ଶକ୍ତ କରିଥିଲା। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ପ୍ରଥମ ୱିକେଟ୍ ନେଇ ଇଂଲଣ୍ଡର ସ୍କୋରରେ ରୋକ୍ ଲଗାଇଥିଲେ। ଫିଲ ସଲ୍ଟଙ୍କୁ ୧୦.୫ ଓଭରରେ ୨୬ ରନରେ ଆଉଟ୍ କରିଥିଲେ। ଏହାପରେ ଇଂଲଣ୍ଡର ପାରି ସମ୍ଭାଳିଥିଲେ ହେରି ବ୍ରୁକ୍ । ଡକେଟ୍ ଓ ବ୍ରୁକ କିଛି ସମୟ କ୍ରିଜରେ ରହିବା ପରେ ଦଳୀୟ ସ୍କୋର ୧୦୨ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଡକେଟ୍। ଡକେଟ୍ ୫୬ ବଲରୁ ୬୫ ରନର ଦମଦାର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ଜାଡେଜାଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ଇଂଲଣ୍ଡର ଅନ୍ୟତମ ଓପନର। ଭାରତ ପକ୍ଷରୁ ତୃତୀୟ ୱିକେଟ୍ ନେଇଥିଲେ ହର୍ଷିତ ରଣା। ହେରି ବ୍ରୁକଙ୍କୁ ୩୧ ରନରେ ଆଉଟ୍ କରିଥିଲେ। ଏହାପରେ ଲମ୍ବା ଖେଳିଥିଲେ ଜୋ ରୁଟ୍ ଏବଂ ଜୋସ୍ ବଟଲର। ଇଂଲଣ୍ଡର ସ୍କୋର ୨୧୯ ବେଳେ ପଡ଼ିଥିଲା ଚତୁର୍ଥ ୱିକେଟ୍। ଭାରତ ପକ୍ଷରୁ ଜୋସ୍ ବଟଲରଙ୍କୁ ୩୪ ରନରେ ଆଉଟ୍ କରିଥିଲେ ପାଣ୍ଡ୍ୟା। ଏହାପରେ ଧିମେଇଥିଲା ଇଂଲଣ୍ଡର ରନ୍ ସ୍କୋର। ପ୍ରତି ଓଭର ପ୍ରେସରରେ ଖେଳୁଥିଲା ଇଂଲଣ୍ଡ। ଆରମ୍ଭରୁ ଚାଲିଥିବା ଧୂଆଁଧାର ବ୍ୟାଟିଂ ସାମାନ୍ୟ ଧିମେଇ ଯାଇଥିଲା। ସେଞ୍ଚୁରୀ ଆଡକୁ ଅଗ୍ରସର ହେଉଥିବା ବେଳେ ଜୋ ରୁଟଙ୍କୁ ୬୯ ରନରେ ଅଟକାଇଥିଲେ ଜାଡେଜା। ପଞ୍ଚମ ୱିକେଟର ପତନ ସହିତ ଇଂଲଣ୍ଡ ୪୨ ଓଭରରେ ୨୪୮ ରନ୍ କରିଥିଲା। ଏହାପରେ ଇଂଲଣ୍ଡର ଷଷ୍ଠ ୱିକେଟର ପତନ ହୋଇଥିଲା। ଜାମି ୱଭରଟନଙ୍କ ୱିକେଟ ନେଇଥିଲେ ଜାଡେଜା। ଇଂଲଣ୍ଡର ସ୍କୋର ୨୭୨ ହୋଇଥିବା ବେଳେ ସପ୍ତମ ୱିକେଟର ପତନ ହୋଇଥିଲା। ମାତ୍ର ୩ ରନ୍ କରି ସାମିଙ୍କ ବଲରେ ପ୍ୟାଭିଲିଅନ୍ ଫେରିଥିଲେ ଗସ୍ ଆଟକିନସମ୍। ମାତ୍ର ୧୪ ରନ କରି ରନ୍ ଆଉଟ୍ ହୋଇଥିଲେ ଆଦିଲ ରସିଦ୍। ଦଳୀୟ ସ୍କୋର ୨୯୭ରେ ପଡ଼ିଥିଲା ଅଷ୍ଟମ ୱିକେଟ୍। ୪୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ ଲିଆମ୍ ଲିଭିଂଷ୍ଟୋନ୍। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ ୱିକେଟ୍ ହାସଲ କରିଛନ୍ତି। ମହମ୍ମଦ ସାମି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।