ଦିଲ୍ଲୀରେ ଖେଳାଯିବ କି ସରପ୍ରାଇଜ୍ କାର୍ଡ ? ଏମାନେ ରହିଛନ୍ତି ମୁଖ୍ୟମନ୍ତ୍ରୀ ରେସରେ..

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଜୟ ବିଜୟ ଅଭିମୁଖେ ବିଜେପି । ଆପର ଶୋଚନୀୟ ପରାଜୟ ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ଦିଲ୍ଲୀରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଏହି ରେସରେ ବହୁ ନେତାଙ୍କ ନାମ ସାମିଲ ହୋଇଛି । ମୋହନ ଯାଦବ, ଭଜନଲାଲ ଶର୍ମା, ବିଜେନ୍ଦ୍ର ଗୁପ୍ତା ଏବଂ ମନୋଜ ତିଓ୍ବାରୀଙ୍କ ଭଳି ନେତା ଏବେ ରେସରେ ରହିଛନ୍ତି । ଯାହାକୁ ନେଇ ଚର୍ଚ୍ଚାର ଜୋର ଧରିଥିବାବେଳେ ମୋଦିଙ୍କ ନିଷ୍ପତ୍ତି ପରେ ଘୋଷଣା ହେବା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରଭେସ ବର୍ମା ରେସରେ ଆଗରେ ରହିଛନ୍ତି । ତେବେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ବିଜେପି କାହା ନାମ ଘୋଷଣା କରିନଥିଲା । କିନ୍ତୁ ଏବେ ବଡ଼ ବିଜୟ ହାସଲ କରିଥିବାବେଳେ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏଥିରେ ଜବନିକା ପଡ଼ିଛି ।

ପରଭେଶ ବର୍ମା କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବାବେଳେ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଦିଲ୍ଲୀ ଆସନରୁ ଯେଉଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ପ୍ରାୟତଃ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ସେ ଶିଲା ଦିକ୍ଷିତ ହୁଅନ୍ତୁ କିମ୍ବା କେଜ୍ରିଓ୍ବାଲ । ଏଣୁ ପରଭେଶ ବର୍ମାଙ୍କ ଭାଗ୍ୟ ଚମକିବ ବୋଲି ଆଶା ରଖାଯାଇଛି । ପରଭେଶ ଜାଟ ସମ୍ପ୍ରଦାୟରୁ ଆସିଥିବାବେଳେ ସରପ୍ରାଇଜ କାର୍ଡ ଖେଳିପାରେ । ଯାହାର ପ୍ରଭାବ ହରିୟାଣାରେ ମଧ୍ୟ ପଡିବ ।