ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ଭେଣ୍ଟିଲେଟରରେ ଚିକିତ୍ସିତ
![](https://nandighoshatv.com/wp-content/uploads/2025/02/WhatsApp-Image-2025-02-08-at-12.21.58-PM.jpeg)
ଭୁବନେଶ୍ବର: ବର୍ଷିଆନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ସଂକଟାପନ୍ନ ଅବସ୍ଥାରେ ସେ ଭୁବନେଶ୍ଵରର ଏକ ହସପିଟାଲରେ ଚାରିଦିନ ହେଲା ଚିକିତ୍ସିତ ହେଉଛନ୍ତି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁତର ହେବାରୁ ଏବେ ସେ ଆଇସିୟୁରେ ଅଛନ୍ତି । ଏକ ସ୍ଵତନ୍ତ୍ର ଟିମ୍ ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ ପାଖରେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନ ଅଛନ୍ତି ।
ବାବୁସାନ କହିଛନ୍ତି, ଆବଶ୍ୟକ ହେଲେ ଉତ୍ତମ ମହାନ୍ତିଙ୍କୁ ଏୟାର୍ ଆମ୍ଵୁଲାନସରେ ରାଜ୍ୟ ବାହାରକୁ ନିଆଯିବ। ଅଶୀ ଓ ନବେ ଦଶକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜୁତି କରିଥିଲେ ଉତ୍ତମ ମହାନ୍ତି । କ୍ୟାରିୟରର ଶେଷ ଆଡ଼କୁ ସେ ଚରିତ୍ର ଭୂମିକାରେ ବି ସେ କାମ କରିଛନ୍ତି । ଏହା ସହିତ କେତେକ ସିରିଆଲରେ ମଧ୍ଯ ଅଭିନୟ କରିଛନ୍ତି ।