ସଙ୍ଗମରେ ବୁଡ଼ ପକାଇଲେ ରାଜକୁମାର ରାଓ ଓ ତାଙ୍କ ସ୍ତ୍ରୀ ପତ୍ରଲେଖା

ନନ୍ଦିଘୋଷ ବ୍ୟୁରୋ: ସଙ୍ଗମରେ ବୁଡ ପକାଇବକୁ ପହଞ୍ଚିଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ  । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଲିଉଡର ଅନେକ ଅଭିନେତା ସଙ୍ଗମରେ ବୁଡ ପକାଇ ସାନିଧ୍ୟ ଲାଭ କରିଥିବା ବେଳେ ଆଜି ସ୍ତ୍ରୀ ପତ୍ରଲେଖା ସହିତ ରାଜକୁମାର ରାଓ ବୁଡ ପକାଇବାକୁ ପହଞ୍ଚିଛନ୍ତି ।

ତେବେ ରାଜକୁମାର ରାଓ କହିଛନ୍ତି ଯେ, ସଙ୍ଗମରେ ବୁଡ ପକାଇବାକୁ ମୁଁ ବହୁତ ବ୍ୟାକୁଳ ଅଛି । ଆମେ ପୂର୍ବରୁ ଏଠାକୁ ଆସିସାରିଛୁ । ମୁଁ ଏବଂ ମୋ ସ୍ତ୍ରୀ ଗଙ୍ଗାମାତାଙ୍କୁ ବହୁଲ ଭଲ ପାଉ । ତାଙ୍କୁ ମହାକୁମ୍ଭରେ ରହିବା କଥା ନେଇ ପ୍ରଶ୍ନ କରିବା ପରେ ସେ ଉତ୍ତର ଦେଇଛନ୍ତି ଆମେ ସ୍ବାମୀଜୀ ପରମାର୍ଥ ନିକେତନ ଆଶ୍ରମରେ ଆଶ୍ରୟ ନେଇଛୁ । ଏବଂ ଆଜି ସ୍ନାନ କରିବାର ଯୋଜନା ରଖିଛୁ ।

ଯେତେବେଳେ ତାଙ୍କୁ ମହାକୁମ୍ଭରେ ଭିଡ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଛନ୍ତି, ଏଠାରେ ଲକ୍ଷ ନୁହେଁ କୋଟିକୋଟି ଭକ୍ତ ଆସନ୍ତି । ଏହା ମହାକୁମ୍ଭର ଶକ୍ତି ଯେ ସେ ସମଗ୍ର ବିଶ୍ବକୁ ଏକତ୍ରିତ କରିପାରୁଛି । ମହାକୁମ୍ଭକୁ ଆସି ବୁଡ ପକାଇବା ସମସ୍ତଙ୍କ ପାଇଁ ଭାଗ୍ୟର କଥା । ଭଗବାନଙ୍କ ଦୟାରୁ ଆମେ ଏଠାକୁ ଆସିପାରିଛୁ ଏବଂ ବୁଡ ପକାଇବାକୁ ଅବସର ମିଳିଛି ସେଥିପାଇଁ ଆମେ ଋଣୀ ।

ମହାକୁମ୍ଭକୁ ନେଇ ସିନେମା ନିର୍ମାଣ ଉପରେ ସେ କହିଛନ୍ତି ଯଦି କୋଉ କାହାଣୀ ମିଳୁଛି ଯେମିତି ମୁଁ କହିଥିଲି ଏହା ଏକ ଯାଦୁର ପରିବେଶ । ଏଠାରେ ଆଧ୍ୟତ୍ମିକତା ପରିବେଶ ଅଛି । ଯଦି ଏହା ଉପରେ କିଛି ବନିପାରୁଛି ତାହେଲେ ଭଲ କଥା । କିଛିଦିନ ପୂର୍ବରୁ ରାଜକୁମାର ରାଓ ନିଜ ସ୍ତ୍ରୀ ପତ୍ରଲେଖାଙ୍କ ସହ ମିଶି ନିଜ ପ୍ରଡକ୍ସନ ହାଉସର ଶୁଭାରମ୍ଭ କରିଛନ୍ତି ।