ChatGPTକୁ ବ୍ୟବହାର କରି ଆପଣ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ! ଜାଣନ୍ତୁ ଏହାର ତରିକା
1 min read![](https://nandighoshatv.com/wp-content/uploads/2025/02/ChatGPT-1024x576.jpg)
ଆଜିର ଡିଜିଟାଲ ଯୁଗରେ ଅର୍ଥ ରୋଜଗାରର ଅନେକ ଉପାୟ ରହିଛି । ଆଜି କୃତ୍ରିମ ବୁଦ୍ଧିମତା (AI) ମଣିଷର କାମ କରିବାର ତରିକାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ବିଶେଷ କରି ChatGPT ପରି ଟୁଲ୍ସ ଅନେକ କାମକୁ ସହଜସାଧ୍ୟ କରିଦେଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ChatGPTକୁ ବ୍ୟବହାର କରି ଆପଣମାନେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ମାତ୍ର ସେଥିପାଇଁ ଆପଣଙ୍କୁ ଟଙ୍କା ରୋଜଗାର କରିବାର ବିଭିନ୍ନ ତରିକା ବିଷୟରେ ଜାଣିବାକୁ ପଡ଼ିବ ।
(1) Freelancing: ଆପଣଙ୍କର ଯଦି ଲେଖିବା, ଅନୁବାଦ କରିବା, ସଂଳାପ ଲେଖିବା, କୋଡିଂ କରିବା, ଡିଜିଟାଲ ମାର୍କେଟିଂ କରିବାରେ ଦକ୍ଷତା ଥାଏ, ତେବେ ଏଥିପାଇଁ ChatGPT ଆପଣଙ୍କୁ ସହାୟତା ପ୍ରଦାନ କରିବ । Fiverr, Upwork, Freelancer, PeoplePerHour ପରି ପ୍ଲାଟଫର୍ମରେ ଆପଣ ନିଜର ସର୍ଭିସକୁ ସେଲ କରିପାରିବେ ଓ ଅର୍ଥ ରୋଜଗାର କରିପାରିବେ ।
(2) ବ୍ଲଗିଂ ଓ ଓ୍ବେବସାଇଟ: ଆପଣଙ୍କ ପାଖରେ ଯଦି ନିଜର ଓ୍ବେବସାଇଟ ବା ବ୍ଲଗ ରହିଛି, ତେବେ ଆପଣ ChatGPTର ସହାୟତାରେ ଉଚ୍ଚମାନର କଣ୍ଟେଣ୍ଟ ଲେଖି Google Adsense ଓ Affiliate Marketing ମାଧ୍ୟମରେ ଅଧିକ ଅର୍ଥ ରୋଜଗାର କରିପାରିବେ । SEO ଅପ୍ଟିମାଇଜଜଡ ଆର୍ଟିକିଲ୍ସ ଲେଖି ନିଜର ଓ୍ବେବସାଇଟକୁ Googleରେ ରାଙ୍କ କରିପାରିବେ । Amazon, Flipcart ବା ଅନ୍ୟ କୌଣସି ଆଫିଲିଏଟ ପ୍ରୋଗ୍ରାମ ସହ ଜଡ଼ିତ ହୋଇ ସେମାନଙ୍କର ପ୍ରଡକ୍ଟ ଲିଙ୍କ ନିଜ ବ୍ଲଗରେ ଦେଇ ପାରିବେ । ଲୋକମାନେ ସେହି ଲିଙ୍କରୁ କ୍ରୟ କଲେ ଆପଣଙ୍କୁ କମିଶନ ମିଳିବ ।
(3) G-Book ଓ କୋର୍ସ ବିକ୍ରି କରିବା: ଯଦି ଆପଣ କୌଣସି ବିଷୟରେ ବିଶେଷଜ୍ଞ ଅଟନ୍ତି, ତେବେ ChatGPT ସହାୟତାରେ ଇ-ବୁକ ବା ଅନଲାଇନ କୋର୍ସ ପ୍ରସ୍ତୁତ କରିପାରିବେ । ତାହାକୁ Amazon Kindle, Udemy ବା ନିଜ ଓ୍ବେବସାଇଟରେ ବିକ୍ରି କରିପାରିବେ ।
(4) ଆପଣଙ୍କର ନିଜର ଯଦି ଓ୍ବେବସାଇଟ ବା ବ୍ଲଗିଂ ରହିଛି, ତେବେ ଆପଣ ChatGPT ସହାୟତାରେ YouTube ସ୍କ୍ରିପ୍ଟ, Instagram Reels ପାଇଁ କଣ୍ଟେଣ୍ଟ ଓ Facebook ପୋଷ୍ଟ ପ୍ରସ୍ତୁତ କରିପାରିବେ । YouTube ଚ୍ୟାନେଲ ତିଆରି କରନ୍ତୁ ଓ ଏଡ୍ ରିଭିନ୍ୟୁ, ସ୍ପନସନଶିପର କମାନ୍ତୁ । ChatGPT ଦ୍ବାରା ଭିଡିଓ ଟାଇଟଲ, ଡିସ୍କ୍ରିପସନ, ସ୍କ୍ରିପ୍ଟ ପ୍ରସ୍ତୁତ କରିପାରିବେ, ଯାହାଦ୍ବାରା କି ଆପଣଙ୍କର କାମ ସହଜ ହୋଇଯିବ ।
(5) ଡିଜିଟାଲ ମାର୍କେଟିଂ ଓ ଆଡଭର୍ଟାଇଜିଂରୁ ରୋଜଗାର: ଫେସବୁକ ଓ ଗୁଗଲ ଏଡ କ୍ୟାମ୍ପେନ ପାଇଁ ChatGPT ଦ୍ବାରା ଆକର୍ଷକ ଏଡ କପି ପ୍ରସ୍ତୁତ କରିପାରିବେ । ଇ-ମେଲ ମାର୍କେଟିଂ ପାଇଁ ଶାନଦାର ଇ-ମେଲ ଲେଖିପାରିବେ, ଯାହାଦ୍ବାରା ବିକ୍ରି ବଢ଼ିଥାଏ ।