ଖଣ୍ଡଗିରି ମେଳାରେ ରାନୀ ପ୍ରିୟଦର୍ଶନୀଙ୍କୁ ତଡ଼ି ଦେଲେ ନାଗା ସାଧୁ
ଭୁବନେଶ୍ବର: ଖଣ୍ଡଗିରି ମେଳାରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କୁ ନେଇ ବୋବାଲ । ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଯାଇ ତଡ଼ା ଖାଇଲେ । ନାଗା ସାଧୁ ରାନୀଙ୍କୁ ତଡ଼ି ଦେଲେ । ସାଧୁଙ୍କ ବିରୋଧ ପରେ ଯଜ୍ଞ ସ୍ଥଳରୁ ତଡ଼ି ଦେଲେ ଲୋକେ । ଆଜି ଖଣ୍ଡଗିରି ମେଳାରେ ରାନୀଙ୍କ ଏଭଳି କାଣ୍ଡ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ସାଧୁଙ୍କ ଭଳି ଲୁଗା ପିନ୍ଧି ରାନୀ ଖଣ୍ଡଗିରି ମେଳା ଯଜ୍ଞ ସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ଡମ୍ବରୁ ବଜାଇ ଏକ ରୁଦ୍ରାକ୍ଷ ଦେଖାଇ ସାଧୁ ଦେଇଛନ୍ତି ବୋଲି କହିଥିଲେ । ଏହାସହ ଡମ୍ପରୁ ବଜାଇ ଯାତ୍ରାରେ ନିଶ୍ଚିତ ଡ୍ୟାନ୍ସ କରିବି ବୋଲି କହି ହେଉଥିଲେ । ଏହି ସମୟରେ ଯଜ୍ଞସ୍ଥଳରେ ନାଗା ସାଧୁ ପହଞ୍ଚି ଥିଲେ । ପ୍ରଥମେ ସେମାନେ ରାନୀଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ । ହେଲେ ରାନୀ ତାଙ୍କ କଥା ଶୁଣିଥିଲେ ମଧ୍ୟ ଉକ୍ତ ସ୍ଥାନ ଛାଡ଼ି ନଥିଲେ । ଏହାପରେ ସାଧୁ କହିଥିଲେ ଯଜ୍ଞ ସ୍ଥାନରେ ଅଶ୍ଳିଳତାର ସ୍ଥାନ ନାହିଁ । ରାନୀ କୌଣସି ସାଧୁଙ୍କର ଶିଷ୍ୟା ନୁହେଁ । ତେଣୁ ସେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ଇ ଚାଲିଯାଆନ୍ତୁ ।
ଏହାପରେ ସେଠାରେ ଉପସ୍ଥିତ ଲୋକେ ରାନୀଙ୍କୁ ସେଠାରୁ ବଳାଇବାକୁ କହିଥିଲେ । ହେଲେ ରାନୀ ସେମାନଙ୍କ ସହ ଯୁକ୍ତି କରିବା ସହ ସାଧୁଙ୍କ ପାଖରୁ ଆଶୀର୍ବାଦ ନେବାକୁ ଆସିଥିବା କହିଥିଲେ । ଆଶୀର୍ବାଦ ନନେଇ ଯିବେ ନାହିଁ ବୋଲି କହିବା ସହ ଲୋକଙ୍କ ସହ ଯୁକ୍ତି କରିଥିଲେ । ଏହାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଲୋକେ ତାଙ୍କୁ ଯଜ୍ଞ ସ୍ଥଳରୁ ତଡ଼ି ଦେଇଥିଲେ ।