୪.୬ ମିଲିୟନ ଭ୍ୟୁଜ୍ ସହ OTTରେ ମୋଷ୍ଟ ଓ୍ବାଚଡ ହେଲା ଏହି ଶୋ: ପଛରେ ପଡିଲା ’ପାତାଲ ଲୋକ ୨’ ପରି ଓ୍ବେବ ସିରିଜ୍
1 min readଆଜିକାଲିର ସୋସିଆଲ ମିଡ଼ିଆ ଜମାନାରେ ବିଭିନ୍ନ ଫିଲ୍ମ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ରେକର୍ଡ ବେଶିଦିନ ରହିନଥାଏ । ଆଜି ଯଦି କୌଣସି ଫିଲ୍ମ କି ଓ୍ବେବ ସିରିଜ ନୂଆ ରେକର୍ଡ କରୁଛି, ତେବେ କିଛି ଦିନ ପରେ ତା’ର ସ୍ଥାନ ନେଉଛି ଆଉ ଏକ ଫିଲ୍ମ । ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି ’ପାତାଲ ଲୋକ ୨’ ଓ୍ବେବ ସିରିଜ୍ ସହ । ’ପାତାଲ ଲୋକ ୨’ ଏବେ ପଛରେ ପଡ଼ିଯାଇଛି, ଆଉ ତା’ର ସ୍ଥାନ ନେଇଛି ଅନ୍ୟ ଏକ ଶୋ । ୫ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ’ପାତାଲ ଲୋକ ୨’ ରିଲିଜ୍ ହୋଇଥିଲା । ଆକ୍ସନ-ସସପେନ୍ସରେ ଭରପୂର ଥିବା ଏହି ସିରିଜ ଗତ ସପ୍ତାହରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ଥିଲା । ରିଲିଜ୍ ହେବା ପରେ ’ପାତାଲ ଲୋକ ୨’ର ୭.୨ ମିଲିୟନ ଭ୍ୟୁଜ୍ ଥିଲା । ସେହି କାରଣରୁ ତାହା ଓଟିଟିରେ ନମ୍ବର-୧ ସ୍ଥାନ ହାସଲ କରିଥିଲା । ମାତ୍ର ଚଳିତ ସପ୍ତାହରେ ଏକ ରିୟଲିଟୀ ଶୋ ଜୟଦୀପ ଅହଲାବତଙ୍କ ‘ପାତାଲ ଲୋକ ୨’କୁ ପଛରେ ପକାଇ ଦେଇଛି ।
୨୦୨୦ରେ ଆସିଥିବା ଓ୍ବେବ ସିରିଜ ’ପାତାଲ ଲୋକ’କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ସିରିଜରେ ଜୟଦୀପ ଅହଲାବତ ଓ ଅଭିଷେକ ବନର୍ଜୀଙ୍କ ସମେତ ଅନେକ ଅଭିନେତାଙ୍କୁ ପରିଚୟ ମିଳିଥିଲା । ୫ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ’ପାତାଲ ଲୋକ’ର ଦ୍ବିତୀୟ ସିଜିନ ରିଲିଜ ହୋଇଥିଲା । ତାହା ଓଟିଟିରେ ତହଲକା ମଚାଇଥିଲା । ଏହି ସିରିଜ ଓଟିଟିରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ହୋଇଥିଲା । ଏକ ରିପୋର୍ଟ ମୁତାବକ, ଜାନୁଆରୀ ୨୦ ରୁ ୨୬ ତାରିଖ ମଧ୍ୟରେ ’ପାତାଲ ଲୋକ ୨, ୭.୨ ମିଲିୟନ ଭ୍ୟୁଜ ସହ ଓଟିଟିରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ଥିଲା । ମାତ୍ର ଏବେ ଏକ ରିୟଲିଟୀ ଶୋର ଚତୁର୍ଥ ସଂସ୍କରଣ ’ପାତାଲ ଲୋକ ୨’କୁ ପଛରେ ପକାଇ ଦେଇଛି ।
ଜାନୁଆରୀ ୨୭ରୁ ଫେବୃଆରୀ ୨ ମଧ୍ୟରେ ’ପାତାଲ ଲୋକ ୨’ ଦ୍ବିତୀୟ ସ୍ଥାନକୁ ଖସିଯାଇଛି । ଆକ୍ସନ-ଡ୍ରାମା ଓ ସସପେନ୍ସରେ ଭରପୂର ଏହି ସିରିଜକୁ ଟକ୍କର ଦେଇଥିବା ଶୋ ଅନ୍ୟ କୌଣସି ସିରିଜ୍ ନୁହେଁ, ଏକ ରିୟଲିଟୀ ଶୋ ଅଟେ । ସୋନୀ ଟିଭିର ରିୟଲିଟୀ ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ ୪ ’ପାତାଲ ଲୋକ ୨’ ଠାରୁ ଆଗକୁ ଟପିଯାଇଛି । ଚଳିତ ସପ୍ତାହରେ ଏହି ଶୋ’କୁ ୪.୬ ମିଲିୟନ ଭ୍ୟୁଜ ମିଳିଛି । ଏହା ୪.୬ ମିଲିୟନ ଭ୍ୟୁଜ ସହ ୧ ନମ୍ବର ପୋଜିସନ ହାସଲ କରିଛି । ଚଳିତ ସପ୍ତାହରେ ପାତାଲ ଲୋକ ୨କୁ ମାତ୍ର ୩.୨ ମିଲିୟନ ଭ୍ୟୁଜ ମିଳିଥିବା ରିପୋର୍ଟରେ କୁହାଯାଇଛି ।
ସୋନୀ ଲାଇଭର ପପୁଲାର ବିଜିନେସ ବେସଡ ରିୟଲିଟୀ ଶୋ’ର ଏହି ସିଜିନରେ ଶାର୍କ ହେଉଛନ୍ତି- ବୋଟର କୋ-ଫାଉଣ୍ଡର ଓ ସିଇଓ ଅମନ ଗୁପ୍ତା, ଏମକ୍ୟୋର ଫାର୍ମାସ୍ୟୁଟିକାଲ୍ସର ମ୍ୟାନେଜିଂ ଡାଇରେକ୍ଟର ନମିତା ଥାପର, ଲାନ୍ସକାର୍ଟର କୋ-ଫାଉଣ୍ଡର ଓ ସିଇଓ ପିୟୂଷ ବଂସଲ, ଶୁଗର କସମେଟିକ୍ସର କୋ-ଫାଉଣ୍ଡର ଓ ସିଇଓ ବିନୀତା ସିଂହ, ଶାଦୀ ଡଟ କମର କୋ-ଫାଉଣ୍ଡର ଅନୁପମ ମିତ୍ତଲ, ଇନଶର୍ଟସର କୋ-ଫାଉଣ୍ଡର ଅଜହର ଇକବାଲ, ଓୟୋ ରୁମର ଫାଉଣ୍ଡର ରିତେଶ ଅଗ୍ରଓ୍ବାଲ, Acko ଜେନେରାଲ ଇନସ୍ୟୁରାନ୍ସର ସିଇଓ ବରୁଣ ଦୁଆ । ଏହି ସିଜିନରେ ଅନେକ ନୂଆ ଶାର୍କସଙ୍କ ଏଣ୍ଟ୍ରି ହୋଇଛି । ଓଟିଟିରେ କିଛି ସପ୍ତାହ ଧରି ତହସଲା ମଚାଇଥିବା ସିରିଜ ’ପାତାଲ ଲୋକ ୨’ରେ ତିଲୋତ୍ତମା ଶୋମଙ୍କ ସମେତ ଅନେକ ନୂଆ ଚରିତ୍ର ଏଣ୍ଟ୍ରି କରିଛନ୍ତି । ସିରିଜର ଅଧିକାଂଶ ଶୁଟିଂ ନାଗାଲାଣ୍ଡରେ ହୋଇଛି । ସେଥିରେ ମେକର୍ସ ପରଦାରେ ନୂଆ ପ୍ରକାରର କାହାଣୀ ଉପସ୍ଥାପନ କରିଥିଲେ । ପାତାଲ ଲୋକ ୨ର ଦମଦାର କାହାଣୀ ଓ ଜବରଦସ୍ତ ଆକ୍ସନକୁ ଦର୍ଶକ ପ୍ରଥମ ସିରିଜ ଠାରୁ ମଧ୍ୟ ଅଧିକ ପସନ୍ଦ କରିଥିଲେ ।