୨୦୨୫ ଭାଲେଣ୍ଟାଇନ ଡେ’ରେ ଜମାରୁ ପ୍ରପୋଜ୍ କରନ୍ତୁନି! ପାର୍ଟନର ଦେଇପାରନ୍ତି ଧୋକା- ଜ୍ୟୋତିଷଶାସ୍ତ୍ର

ସାଧାରଣ ଭାବେ ଫେବୃଆରୀ ମାସ ସମସ୍ତ ପ୍ରେମିକ / ପ୍ରେମିକାଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ । କୁହାଯାଏ, ଭାଲେଣ୍ଟାଇନ ଡେ’ ଅବସରେର ଯଦି କୌଣସି ଯୁବକ / ଯୁବତୀ ନିଜର ପାର୍ଟନରଙ୍କୁ ପ୍ରେମ ନିବେଦନ କରନ୍ତି, ତେବେ ପାର୍ଟନର ମନା କରିପାରି ନଥାନ୍ତି । ମାତ୍ର ଏଥର ଭାଲେଣ୍ଟାଇନ ଡେ ପ୍ରେମପକ୍ଷୀଙ୍କୁ ବଡ଼ ଝଟକା ଦେବାକୁ ଯାଉଛି । ଏଥର ଭାଲେଣ୍ଟାଇନ ଡେ’ରେ ଯଦି ଆପଣମାନେ ପ୍ରେମ ପ୍ରକାଶ କରିବାକୁ ଭାବୁଥାନ୍ତି ତେବେ ଆପଣଙ୍କୁ ଧୋକା ମିଳିବାର ସମ୍ଭାବନା ରହିଛି । ଆପଣଙ୍କର ରିଲେସନ ବେଶିଦିନ ତିଷ୍ଠିବାର ସମ୍ଭାବନା ନାହିଁ ।
ଜ୍ୟୋତିଷଶାସ୍ତ୍ର ମୁତାବକ, ୨୦୨୫ ଭାଲେଣ୍ଟାଇନ ଡେ ଅବସରରେ ପ୍ରେମ ନିବେଦନ କରୁଥିବା ଯୁବକ, ଯୁବତୀଙ୍କ ପାଇଁ ତାହା ଶୁଭଙ୍କର ହେବନି । ଏହି ଦିନ ନୂଆ ସମ୍ପର୍କର ଶୁଭାରମ୍ଭ କରୁଥିବା ପ୍ରେମପକ୍ଷୀଙ୍କୁ ଧୋକା ମିଳିବାର ସମ୍ଭାବନା ଥିବା ଜ୍ୟୋତିଷମାନେ କହିଛନ୍ତି । ବିଶିଷ୍ଟ ଜ୍ୟେତିଷାଚାର୍ଯ୍ୟ ଡ. ବସନ୍ତ ସୋନୀ କହିଛନ୍ତି, ଚଳିତ ବର୍ଷ ଫେବୃଆରୀ ୧୪ ତାରିଖ କୁଣ୍ଡଳୀ ଆପଣଙ୍କୁ ଦୁଃଖ ଦେଇପାରେ । ଏହି ଦିନ ନିଜର ହୃଦୟର ଭାବନାକୁ ପ୍ରକାଶ କରୁଥିବା ପୁଅ, ଝିଅମାନେ ଯଦି ବିବାହ କରନ୍ତି, ତେବେ ସେମାନେ ପାର୍ଟନରଙ୍କ ଠାରୁ ଧୋକେ ପାଇବେ । ଶାସ୍ତ୍ର ମୁତାବକ, ହିନ୍ଦୁ ଧର୍ମରେ ବିବାହ ପାଇଁ ବିଭିନ୍ନ ଶ୍ରେଣୀ ନିର୍ଦ୍ଧାରିତ କରାଯାଇଛି । ପ୍ରେମ ନିବେଦନ କରି ବିବାହ କରିବା ଗନ୍ଧର୍ବ ବିବାହ ଶ୍ରେଣୀରେ ଆସିଥାଏ । ଏଥିରେ କୌଣସି ପୁଅ ବା ଝିଅ ନିଜର ପ୍ରେମ ନିବେଦନ କରିଥାନ୍ତି । ପାର୍ଟନର ତାହାକୁ ସ୍ବୀକାର କରିବା ପରେ ଉଭୟେ ବିବାହ କରିଥାନ୍ତି । ଏହି ବିବାହ ପିତାମାତାଙ୍କ ସହମତିରେ ହୋଇନଥାଏ ।
ଡ. ବସନ୍ତ ସୋନୀ କହିଛନ୍ତି, ଏହି ଦିନ କୁମ୍ଭ ଲଗ୍ନର ପତ୍ରିକା ପଡ଼ୁଛି । ଲଗ୍ନରେ ସୂର୍ଯ୍ୟ ଓ ବୁଧ ଏକ ସଙ୍ଗେ ବସିଛନ୍ତି । ପଞ୍ଚମ ଭାବରେ ମଙ୍ଗଳ ବସିଛି, ଯାହାକି ସନ୍ତାନଙ୍କୁ ସମସ୍ୟାରେ ପକାଇବ । କୁଣ୍ଡଳୀ ଦୁଇ ବିବାହର ଯୋଗକୁ ଦର୍ଶାଉଛି । ଏହାର ଅର୍ଥ ହେଉଛି ଯଦି ଏହି ଦିନ ଜଣେ ପ୍ରେମ ନିବେଦନ କରି ବିବାହ କରନ୍ତି, ତେବେ ଭବିଷ୍ୟତରେ ତାଙ୍କର ସମ୍ପର୍କ ଭାଙ୍ଗିପାରେ । କାରଣ ସେମାନେ ପରସ୍ପରକୁ ଧୋକା ଦେବେ ଓ ଅନ୍ୟ କାହାକୁ ବିବାହ କରିବେ ବା ରିଲେସନଶିପରେ ରହିବେ ।